ଏଣିକି ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର କୌଣସି ସମସ୍ୟା ଥିଲେ ସିଧାସଳଖ ଜିଲ୍ଲାପାଳଙ୍କୁ କରିପାରିବେ ଅଭିଯୋଗ

କଟକ (କେନ୍ୟୁଜ): ଶିକ୍ଷକ ଶିକ୍ଷୟିତ୍ରୀ ନିଜର ଚାକିରୀ ସମ୍ବନ୍ଧୀୟ କୌଣସି ସମସ୍ୟା ଥିଲେ ସିଧାସଳଖ ଜିଲ୍ଲାପାଳଙ୍କୁ ଅଭିଯୋଗ କରିପାରିବେ। କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଏଭଳି ବ୍ୟବସ୍ଥା କରିଛନ୍ତି କଟକ ଜିଲ୍ଲାରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପାଇଁ। ଆଜି ଖାନନଗର ହାଇସ୍କୁଲ ପରିସରରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ଅଭିଯୋଗ ଶୁଣାଣି ଶିବିର ଆୟୋଜିତ ହୋଇଯାଇଛି।

କଟକ ମହାନଗର ଓ କଟକ ସଦର ବ୍ଲକରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀମାନେ ଏହି ଶିବିରରେ ଯୋଗ ଦେଇ ନିଜର ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଜଣାଇଥିଲେ। ଶିକ୍ଷକମାନେ କୌଣସି ଅସୁବିଧାରେ ପଡି ଅଫିସରୁ ଅଫିସକୁ ଦୌଡ଼ିବେ ନାହିଁ ବରଂ ତାଙ୍କର ସମସ୍ୟାର ସମାଧାନ କରି ଜିଲ୍ଲାପାଳ ତାଙ୍କ ନିକଟରେ ପହଞ୍ଚିବେ ବୋଲି କହିଛନ୍ତି କଟକ ଜିଲ୍ଲାପାଳ। ଆଗାମୀ ଦିନରେ ଏଭଳି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର ପ୍ରତ୍ୟେକ ବ୍ଳକରେ କରାଯିବ ବୋଲି କଟକ ଜିଲ୍ଲାପାଳ କହିଛନ୍ତି।

Leave A Reply

Your email address will not be published.