ବିଦ୍ୟାଳୟରେ ଉଡ଼ିଗଲା ଶିକ୍ଷକଙ୍କ ପ୍ରାଣବାୟୁ, ସମସ୍ତେ ହତବାକ୍

କେନ୍ଦ୍ରାପଡା(କେନ୍ୟୁଜ): ଶିକ୍ଷା ଦାନକୁ ବ୍ରତ କରି ଘରୋଇ ବିଦ୍ୟାଳୟରେ ଦୀର୍ଘ ୨୨ବର୍ଷ ହେଲା କରୁଥିଲେ ଶିକ୍ଷକତା ।  ପିଲାମାନଙ୍କୁ ଶିକ୍ଷା ଦେଉଥିଲେ, ଛାତ୍ର ବତ୍ସଳ ଶିକ୍ଷକ ଭାବରେ ଅଂଚଳରେ ପରିଚିତ ଥିଲେ। ଆଜି ସେହି ଛାତ୍ରଙ୍କ ଗହଣରେ ତାଙ୍କର ପ୍ରାଣ ବାୟୁ ଉଡି ଯାଇଛି। ସମସ୍ତେ ପାଲଟି ଯାଇଛନ୍ତି ।

କେନ୍ଦ୍ରାପଡା ସହରର ଏକ ଘରୋଇ ଶିକ୍ଷାଅନୁଷ୍ଠାନର ଶିକ୍ଷକ ସୁମନ୍ତ ସ୍ୱାଇଁ। ସବୁଦିନ ପରି ସ୍କୁଲ ଆସିଥିଲେ। ବିଦ୍ୟାଳୟରେ ବିଜ୍ଞାନ ମେଳା ପାଇଁ ବୈଠକ ବସିଥିଲା। କିଛି ଛାତ୍ର ଓ ଶିକ୍ଷକ ମାନେ ଉପସ୍ଥିତି ଥିଲେ। କିନ୍ତୁ ହଠାତ ସୁମନ୍ତ ସାରଙ୍କର ଦେହ ଖରାପ ଲାଗିଥିଲା। ସଂଗେ ସଂଗେ ତାଙ୍କୁ କେନ୍ଦ୍ରାପଡା ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସର ତଦନ୍ତ ପରେ ଶବ ବ୍ଯବଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.