କୋରାପୁଟ: ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ କାମ କରୁଥିବା ଶିକ୍ଷକଙ୍କ ଆତ୍ମହତ୍ୟା, ଗୁରୁତ୍ୱପୂର୍ଣ୍ଣ ଫାଇଲ ହଜିଥିବା ଏପରି କରିଥିବା ସନ୍ଦେହ

କୋରାପୁଟ(କେନ୍ୟୁଜ୍): ଶିକ୍ଷକଙ୍କ ଆତ୍ମହତ୍ୟା । କୋରାପୁଟ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ କାମ କରୁଥିବା ଶିକ୍ଷକ ଚିତ୍ତ ପଣ୍ଡା ଆତ୍ମହତ୍ୟା କରିଛନ୍ତି । ମୃତ ଶିକ୍ଷକ ୬ ବର୍ଷ ଧରି ଡିଇଓଙ୍କ ଅଫିସରରେ କାମ କରିଆସୁଥିଲେ । ଏ ନେଇ କୋରାପୁଟ ଟାଉନଥାନା ଅଧିକାରୀ ସୂଚନା ଦେଇଛନ୍ତି । ଅଫିସର କିଛି ଗୁରୁତ୍ୱପୂର୍ଣ୍ଣ ଫାଇଲ ହଜିଥିବାରୁ ଚିତ୍ତ ପଣ୍ଡା ଆତ୍ମହତ୍ୟା କରିଥିବା ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି ।

 

Leave A Reply

Your email address will not be published.