ସରକାର ଓ ଶିକ୍ଷକ ମିଳିତ ମଞ୍ଚ ମଧ୍ୟରେ ୫ ଦଫା ଦାବି ନେଇ ଦ୍ୱିପାକ୍ଷିକ ଆଲୋଚନା ଶେଷ, ସପ୍ତମ ବେତନ ଲାଗୁ ପାଇଁ ଦାବି

କେନ୍ୟୁଜ୍(ବ୍ୟୁରୋ):  ସରକାର ଓ ଶିକ୍ଷକ ମିଳିତ ମଂଚ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଶେଷ। ଓଡ଼ିଶା ସ୍କୁଲ୍ କଲେଜ୍ ଶିକ୍ଷକ ଅଧ୍ୟାପକ ମିଳିତ ମଂଚ ପକ୍ଷରୁ ୫ ଦଫା ଦାବି ନେଇ ଉଚ୍ଚଶିକ୍ଷା ବିଭାଗୀୟ ମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ ଓ ଯାଜପୁର ବିଧାୟକ ଏବଂ ମିଳିତ ମଂଚ ପ୍ରତିନିଧି ମାନଙ୍କ ସହ ଆଲୋଚନା ହୋଇଛି।

ମୁଖ୍ୟତଃ ସପ୍ତମ ବେତନ ଲାଗୁ, ଅବସର ବୟସ ସୀମା ୬୨ ବର୍ଷକୁ ବୃଦ୍ଧି, ଚାକିରି ସର୍ତ୍ତାବଳୀ, ସମସ୍ତ ଅଣ ଅନୁଦାନ ପ୍ରାପ୍ତ ସ୍କୁଲକୁ ଅନୁଦାନ ଦେବା, ଅବସରକାଳୀନ ସୁବିଧା ନେଇ ଉଭୟ ପକ୍ଷରେ ଆଲୋଚନା ହୋଇଛି। ଆସନ୍ତା ୩ ମାସ ଭିତରେ ସପ୍ତମ ବେତନ କମିଶନ ସୁପାରିଶ ନେଇ ସରକାର ସକରାତ୍ମକ ନିଷ୍ପତ୍ତି ନେଇପାରନ୍ତି ବୋଲି ଆଲୋଚନା ପରେ ମଂଚ ପକ୍ଷରୁ ସୂଚନା ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.