ଶିକ୍ଷା ବ୍ୟବସ୍ଥାରେ ଚରମ ଘୋଟାଲା , ଚାଉଳ ଏବଂ ଅଣ୍ଡା ପରେ ଏବେ ପିଲାଙ୍କ ବହି ଉପରେ ନଜର

ଭଦ୍ରକ (କେନ୍ୟୁଜ୍) : ଶିକ୍ଷା ବ୍ୟବସ୍ଥାରେ ଚରମ ଘୋଟାଲା। ଚାଉଳ, ଅଣ୍ଡା ପରେ ଏବେ ପିଲାଙ୍କ ପାଠ ପଢ଼ା ବହି ଉପରେ ଶିକ୍ଷକଙ୍କ ଆଖି । ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରେ । ରାଧାବଲ୍ଲଭପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପିଲାଙ୍କ ପାଠ ପଢ଼ା ବହିକୁ କେଜି ଦରରେ କବାଡ଼ିଆକୁ ବିକ୍ରି କରିଦିଆ ଯାଉଛି । ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର‌୍ୟ୍ୟନ୍ତ ୨୧୭ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ପିଲାଙ୍କୁ ମାଗଣାରେ ବହି ଯୋଗାଇଦେବାକୁ ସରକାର ସ୍କୁଲକୁ ବହି ଯୋଗାଇ ଦେଉଛନ୍ତି । ହେଲେ ପିଲାଙ୍କୁ ବହି ଦିଆ ନଯାଇ ବିକ୍ରି କରିଦିଆଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.