ଆଜି ମହା ସମାବେଶ କରିବ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଅଧ୍ୟାପକ କର୍ମଚାରୀ ମିଳିତ ମଞ୍ଚ

ଭୁବନେଶ୍ବର (କେନ୍ୟୁଜ୍) : ଆଜି ମହା ସମାବେଶ କରିବ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଅଧ୍ୟାପକ କର୍ମଚାରୀ ମିଳିତ ମଞ୍ଚ । ଆନ୍ଦୋଳନର ଷଷ୍ଠ ଦିନରେ ଭୁବନେଶ୍ୱର ଲୋୟର ପିଏମ୍ଜିରେ ମହାସମାବେଶ କରିବ ମଞ୍ଚ । ଆନ୍ଦୋଳନରେ ୬୦ ହଜାରରୁ ଅଧିକ ଅଧ୍ୟାପକ, ଶିକ୍ଷକ ଓ କର୍ମଚାରୀ ସାମିଲ ହୋଇଛନ୍ତି। ଫଳରେ ରାଜ୍ୟରେ ଥିବା ୨ହଜାର ୫୦୦ ବ୍ଲକ ଗ୍ରାଣ୍ଟ ହାଇସ୍କୁଲ ଓ ୧ହଜାର ୫୦୦ ବ୍ଲକଗ୍ରାଣ୍ଟ କଲେଜରେ ପାଠପଢ଼ା ପ୍ରଭାବିତ ହୋଇଛି । ଚାକିରି ସର୍ତ୍ତାବଳୀ ନଥାଇ ପିଛିଲା ଚାକିରୀ କାଳକୁ ବାଦ୍ ଦେଇ ରାଜ୍ୟ ସରକାର ଯେଉଁ ଅନୁଦାନ ଆଇନ କରିଛନ୍ତି ସଂଘ ତାକୁ ପ୍ରତ୍ୟାଖାନ କରୁଛି । ଅନୁଦାନ ଯୋଗ୍ୟ ଦିନଠାରୁ ପୂର୍ଣ୍ଣ ଅନୁଦାନ ସହ ସମସ୍ତ ସୁବିଧା ସୁଯୋଗ ପ୍ରଦାନ,ସପ୍ତମ ବେତନ କମିଶନ ଲାଗୁ, ବକେୟା ଦରମା ପ୍ରଦାନ ଆଦି ବିଭିନ୍ନ ଦାବି ନେଇ ଆନ୍ଦୋଳନ କରୁଛି ମଞ୍ଚ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.