୩୩ ଦିନରେ ପହଞ୍ଚିଲା ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଆନ୍ଦୋଳନ, ଆଜିଠୁ ତିନି ଦିନ ଯାଏଁ ପ୍ରତି ପଞ୍ଚାୟତରେ ଧାରଣା

ଭୁବନେଶ୍ୱର (କେନ୍ୟୁଜ୍) : ୩୩ ଦିନରେ ପହଞ୍ଚିଲା ଭୁବନେଶ୍ୱରରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଆନ୍ଦୋଳନ । ତଥାପି ପୂରଣ ହେଉନି ପ୍ରତିଶୃତି, ହଟୁନି ଧାରଣା । ଆଜିଠୁ ତିନି ଦିନ ଯାଏଁ ପ୍ରତି ପଞ୍ଚାୟତରେ ଧାରଣା ଦିଆଯିବ । ରାଜ୍ୟର ୩୧୪ଟି ବ୍ଲକର ସମସ୍ତ ପଞ୍ଚାୟତରେ ଶିକ୍ଷକମାନେ ପଦଯାତ୍ରା କରିବେ । ଅଭିଭାବକ ମାନଙ୍କ ନିକଟକୁ ଯାଇ ଲିଫଲେଟ୍ ବାଣ୍ଟିବେ। ଏହି ପଦଯାତ୍ରାରେ ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ସାମିଲ କରାଯିବ ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି । ଗୁରୁବାର ଦିନ ଲୋୟର ପିଏମଜିରେ ପୁଣି ଥରେ ମହାସମାବେଶ କରାଯିବ । ସେପଟେ ଶିକ୍ଷକ ଓ ଅଧ୍ୟାପକଙ୍କ ଆନ୍ଦୋଳନ ଯୋଗୁଁ ୩୦ଲକ୍ଷ ଛାତ୍ରଛାତ୍ରୀଙ୍କ ପାଠପଢା ପ୍ରଭାବିତ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.