ଆଜିଠୁ ସାରା ରାଜ୍ୟରେ ଖୋଲୁଛି ବୈଷୟିକ ଶିକ୍ଷାନୁଷ୍ଠାନ, କେବଳ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କୁ ଅନୁମତି

ଭୁବନେଶ୍ବର(କେନ୍ଯୁଜ୍): ଆଜିଠୁ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ। ସାରା ରାଜ୍ୟରେ ସବୁ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବ। ହେଲେ କେବଳ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିବ ଶିକ୍ଷାନୁଷ୍ଠାନ। ଏନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

କୋଭିଡ୍‌ ଗାଇଡଲାଇନ୍‌ ମାନି ରାଜ୍ୟରେ ସମସ୍ତ ଡିପ୍ଲୋମା, ଆଇଟିଆଇ, ଡିଗ୍ରୀ ଓ ପଲିଟେକନିକ କଲେଜ ଖୋଲିବ। ଶିକ୍ଷାନୁଷ୍ଠାନ ସହ ହଷ୍ଟେଲ ମଧ୍ୟ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। କୋଭିଡ୍‌ ଗାଇଡଲାଇନ୍‌ ଅନୁଯାୟୀ ସିଟିଂ ଆରେଞ୍ଜମେଣ୍ଟ କରାଯିବା ସହ ସାମାଜିକ ଦୂରତା ଅବଲମ୍ବନ କରାଯିବ। ଲାବୋରେଟାରୀକୁ ମଧ୍ୟ ସଂମ୍ପୂର୍ଣ୍ଣ ବିଶୋଧନ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.