ତାପମାତ୍ରା ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ସୂର୍ଯ୍ୟର କୋପ, ଜନଜୀବନ ଅସ୍ତବ୍ୟସ୍ତ

କେନ୍ୟୁଜ୍(ବ୍ୟୁରୋ):  ବଦଳିଛି ପାଗ ।ମୌସୁମୀ ଦୂର୍ବଳ ପ୍ରଭାବରୁ ବଢ଼ିଛି ତାପମାତ୍ରା । ୧୧ ଜିଲ୍ଲାରେ ବଢ଼ିଛି ତାପମାତ୍ରା ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ସୂର୍ଯ୍ୟର କୋପ। ଅସ୍ତବ୍ୟସ୍ତ ହେଇପଡୁଛି ଜନଜୀବନ । ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଏଇ ଭଳି ପାଗ ରହିବ ବୋଲି ଆଗୁଆ ଆକଳନ କରିଛି ପାଣିପାଗ ବିଭାଗ।

ରାଜଧାନୀ ଆକାଶରେ ଦୁର୍ବଳ ମୌସୁମୀ ର ପ୍ରବାବରେ ଖଣ୍ଡବିଖଣ୍ଡିତ ହୋଇ ଭାସମାନ ହେଉଛି ଧଳାବାଦଲ । ଟାଇଁ ଟାଇଁ ଖରା ସାଙ୍ଗକୁ ଅସହ୍ୟ ତାତି ।ଦୁର୍ବଳ ମୌସୁମୀ ପ୍ରଭାବରେ ଦିନ ତାପମାତ୍ରାରେ ବୃଦ୍ଧି ପାଇଛି। ୧୧  ସହରରେ ଦିନ ତାପମାତ୍ରା ୩୫°ସେଲିସିୟସ କିମ୍ବା ତା ଠାରୁ  ଅଧିକ ରେକର୍ଡ ହୋଇଛି।  ।ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ସର୍ବାଧିକ ୩୭.୨°C,ସମ୍ବଲପୁରରେ ୩୬.୬ °C ଏବଂ ଅନୁଗୁଳରେ ୩୬.୧°C ଦିନ ତାପମାତ୍ରା ରେକର୍ଡ ହୋଇଛି। ଉଚ୍ଚ ଦିନ ତାପମାତ୍ରା ତଥା ଉଚ୍ଚ ଆଦ୍ରତା ଯୋଗୁଁ ଗୁଳୁଗୁଳି ଜାରି ହୋଇଛି । ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଏହି ଭଲି ଗୁଳୁଗୁଳିରେ ସିଝିବେ ଲୋକ । ଏଭଳି କିଛି ଆକଳନ କରିଛି ପାଣିପାଗ ବିଭାଗ ।

ରାଜ୍ୟରେ ମୌସୁମୀ ଅପସାରଣ ହୋଇନାହିଁ କିନ୍ତୁ ଦୁର୍ବଳ ହୋଇଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଯାହା ପ୍ରଭାବରେ ରାଜ୍ୟରେ ଗ୍ରୀଷ୍ମ ତାପ ବଢିବା ସହିତ ପ୍ରବଳ ଗୁଳଗୁଳି ଅନୁଭବ ହେଉଛି । ଜୁନ ୧ ରୁ ସେପ୍ଟେମ୍ବର ୧ ରାଜ୍ୟ ରେ ସମୁଦାୟ ୯୯୧.୨ ମିଲିମିଟର ବର୍ଷା ରେକର୍ଡ ହୋଇଛି ଯାହା ସ୍ବାଭାବିକ ବର୍ଷା ଠାରୁ ୬୯% କମ୍। ପୂର୍ବ ବର୍ଷ ଅକ୍ଟୋବର ୨୫ରେ ଓଡ଼ିଶାରୁ ବିଦାୟ ନେଇଥିଲା ମୌସୁମୀ । ଚଳିତ ବର୍ଷ ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ବିଦାୟ ନେବ ବୋଲି ଆକଲନ କରିଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟା ପାଇଁ ୧୪ ଜିଲ୍ଲାର କିଛି ସ୍ଥାନରେ ଘଡଘଡି ସହ ବର୍ଷା ହେବ ଏବଂ ୫ ତାରିଖରୁ ସାରା ରାଜ୍ୟରେ ବର୍ଷାର ପରିମାଣ ବଢିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.