ଦୁର୍ବଳ ହେଲା ମୌସୁମୀ: ବଢ଼ିଲା ଦିନ ତାପମାତ୍ରା

କେନ୍ୟୁଜ୍(ବ୍ୟୁରୋ): ଦୁର୍ବଳ ହେଲା ମୌସୁମୀ ପ୍ରବାହ। ବଢ଼ିଲା ଦିନ ତାପମାତ୍ରା। ଭାଦ୍ରବ ମାସରେ ଅସହ୍ୟ ଗରମ। ୭ ସହରର ଦିନ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ ଉପରେ ରେକର୍ଡ କରାଯାଇଛି। ୩୬ ଡିଗ୍ରୀ ସେଲସିୟସ ସହ ସବୁଠୁ ଉତ୍ତପ୍ତ ସହର ପାଲଟିଛି ମାଲକାନଗିରି। ଉଚ୍ଚ ତାପମାତ୍ରା ଏବଂ ଆର୍ଦ୍ରତା ପ୍ରଭାବରେ ଉପକୂଳ ଓଡ଼ିଶାରେ ଗୁଳୁଗୁଳି ଅନୁଭୂତ ହେଉଛି। ଦୁର୍ବଳ ମୌସୁମୀ ଯୋଗୁ ରାଜ୍ୟରେ ଆହୁରି ୪ରୁ ୫ ଦିନ କାଁଭାଁ ବିକ୍ଷିପ୍ତ ବର୍ଷା ହେବ।

ଆଗାମୀ ୨୪ଘଣ୍ଟାରେ କିଛି କିଛି ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ସାମାନ୍ୟ ବର୍ଷାର ସମ୍ଭାବନା ରହିଛି। ମୌସୁମୀ ନିମ୍ନ ଚାପରେଖ ତାର ସାଧାରଣ ଅବସ୍ଥାନ ଠାରୁ ଉତ୍ତରରେ ହିମାଳୟ ପାଦଦେଶରେ ପୂର୍ବ-ପଶ୍ଚିମ ଦିଗରେ ଲମ୍ବିଛି। ପ୍ରଭାବରେ ରାଜ୍ୟର ମୌସୁମୀ ପ୍ରବାହ ଦୁର୍ବଳ ରହିଛି। ରାଜ୍ୟରେ ଚଳିତ ମୌସୁମୀ ଋତୁରେ ୧୦ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଛି। ଜୁନ୧ରୁ ଅଗଷ୍ଟ ୨୯ ତାରିଖ ମଧ୍ୟରେ ରାଜ୍ୟରେ ୯୮୫.୩ ମିମି ବୃଷ୍ଟିପାତ ହୋଇଛି। ଏହି ସମୟରେ ସ୍ୱାଭାବିକ ବୃଷ୍ଟିପାତ ପରିମାଣ ୮୯୬. ୩ ମିମି। ଗୋଟିଏ ଜିଲ୍ଲାରେ ଅତ୍ୟଧିକ ବର୍ଷା ହୋଇଥିବା ବେଳେ ୬ଟି ଜିଲ୍ଲାରେ ଅଧିକ ବର୍ଷା ହୋଇଛି। ୨୩ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.