ଭସାଣି ବେଳେ ବାଦାମବାଡ଼ି ଥାନା ଅଞ୍ଚଳରେ ଦୁଇ ସାହି ଭିତରେ ଉତ୍ତେଜନା, ଉଭୟ ପକ୍ଷରୁ ଢେଲା ମାଡ଼

କଟକ(କେନ୍ୟୁଜ୍):ବାଦାମବାଡ଼ି ଥାନା ଅଞ୍ଚଳରେ ଦୁଇ ସାହି ଭିତରେ ଉତ୍ତେଜନା। ଘଟଣା ସ୍ଥଳରେ ପୋଲିସ ମୃତୟନ।ପରିସ୍ଥିତି ନିୟନ୍ତ୍ରଣରେ ଥିବା କହିଲେ କଟକ ଡ଼ିସିପି ପିନାକ ମିଶ୍ର। କୁସୁନପୁର ଓ ଭାଗବତ ସାହି ଭିତରେ ମେଢ଼ ଶୋଭାଯାତ୍ରା ଯିବା ବେଳେ ଝଗଡା ଲାଗିଥିଲା। ଉଭୟ ପକ୍ଷରୁ ଢେଲା ପଥର ମାଡ଼ ହୋଇଛି।

ପୂର୍ବରୁ ସୀମା ବିବାଦ ଥିବାରୁ ଏପରି ଝଗଡ଼ା ହୋଇଥିବା ସୂଚନା ମିଳିଛି। ଘଟଣା ସ୍ଥଳରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ ହୋଇଛନ୍ତି। ଏହି ଉତ୍ତେଜନାରେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଘଟଣାକୁ ନେଇ ପୋଲିସ କେସ୍  ରୁଜୁ କରିବ ବୋଲି ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.