ଆଜି ପ୍ରକାଶ ପାଇବ ପିପିଲି ବିଧାନସଭା ଉପନିର୍ବାଚନ ବିଜ୍ଞପ୍ତି, ଖୁବ୍ ଶୀଘ୍ର ଘୋଷଣା କରିବେ ରାଜ୍ୟ ନିର୍ବାଚନ କମିଶନ

ଭୁବନେଶ୍ୱର (କେନ୍ୟୁଜ): ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି। ମତଦାନ ପାଇଁ ବିଦ୍ଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିବେ ରାଜ୍ୟ ନିର୍ବାଚନ କମିଶନ। ଏହାପରେ ଜୋରଦାର ହେବ ପ୍ରଚାର। ପ୍ରଚାରରେ ସାମିଲ ହେବେ ଦଳର ଷ୍ଟାର କ୍ୟାମ୍ପେନର । ସେମାନଙ୍କ ସହ ସର୍ବାଧିକ ୧୦୦୦ ଲୋକ ପ୍ରଚାରରେ ସାମିଲ ହୋଇପାରିବେ। ଡୋର୍‌ ଟୁ ଡୋର୍‌ କ୍ୟାମ୍ପେନରେ ପ୍ରାର୍ଥୀଙ୍କୁ ମିଶାଇ ୫ ଜଣ ସାମିଲ ହୋଇପାରିବେ। ସେପ୍ଟେମ୍ବର ୩୦ ତାରିଖରେ ହେବ ମତଦାନ ।

ଅକ୍‌ଟୋବର ୩ ତାରିଖରେ ଗଣତି ହେବ। କୋଭିଡ୍‌ କଟକଣାରେ ନିଆଯିବ ଭୋଟ୍‌ । ପୂର୍ବରୁ ପିପିଲି ଉପନିର୍ବାଚନ ପାଇଁ ୧୦ଜଣଙ୍କ ପ୍ରାର୍ଥିପତ୍ର କାଏମ ରହିଛି । ତେଣୁ ଏବେ ଆଉ ସାନି ନାମାଙ୍କନ ହେବ ନାହିଁ । ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ପିପିଲି ଆସନ ଖାଲି ପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.