ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ, ହତ୍ୟା ନା ଆତ୍ମହତ୍ୟା ତାହା ଅସ୍ପଷ୍ଟ

କଣ୍ଟାବାଞ୍ଜି (କେନ୍ୟୁଜ): ତୁରେକେଲା ଥାନା ବାଞ୍ଜିପାଲି ଗାଁର ଏକ କପା ଚାଷ ଜମିରେ ଥିବା ମହୁଲଗଛ ରେ ଜଣେ ଯୁବକଙ୍କ ମୃତ ଦେହ ଝୁଲୁଛି । ମୃତକ ଜଣକ ସେହି ଗାଁର ହେମନ୍ତ ମାଝି । ଗାଁର କିଛି ଯୁବକ ଚାଷ ଜମି ଆଡେ ଯାଇଥିବା ବେଳେ ଗଛରେ ଯୁବକଙ୍କ ମୃତ ଦେହ ଝୁଲୁଥିବା ଦେଖିବାକୁ ପାଇଥିଲେ । ତୁରନ୍ତ ସେମାନେ ତୁରେକେଲା ପୋଲିସ କୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ଶବକୁ ଜବତ କରି ଅଧିକ ତଦନ୍ତ ଆରମ୍ଭ କରିଛି । ହତ୍ୟା ନା ଆତ୍ମହତ୍ୟା ତାହା ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.