ଛାତିଥରା ଘଟଣା: ନଦୀ ମଝିରେ ୩ଘଣ୍ଟା ଧରି ଫସି ରହିଲେ ମା ଓ ଶିଶୁପୁତ୍ର, ଭଗବାନ ସାଜି ଜୀବନ ବଞ୍ଚାଇଲେ ଯୁବକ

ରାୟଗଡା (କେନ୍ୟୁଜ) : ନଦୀ ମଝିରେ ୩ଘଣ୍ଟା ଧରି ଫସି ରହିଲେ ମା ଶିଶୁପୁତ୍ର। ଏଭଳି ଛାତିଥରା ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ସଦର ବ୍ଳକର କୁମ୍ବିକୋଟା ପଞ୍ଚୟତ ପୁଞ୍ଜାପାଇ ଗ୍ରାମରେ। ଉକ୍ତ ଗ୍ରାମର ନନ୍ଦିନୀ କାଡ୍ରାକା ଓ ତାଙ୍କର ୩ବର୍ଷର ଶିଶୁପୁତ୍ର ଧରି ନଦୀ ଆରପଟ ଜଙ୍ଗଲକୁ ଯାଇଥିଲେ। ସେଠାରୁ ଫେରିବା ବେଳକୁ ହଠାତ ଉପର ମୁଣ୍ଡରୁ ଜଳସ୍ତର ବଢ଼ିଯାଇଥିଲା। ଆଉ ନଦୀ ମଝିରେ ଉଭୟ ମା ଶିଶୁପୁତ୍ର ନଦୀ ପାରି ହେଉଥିଲେ। ଶେଷରେ ନଦୀ ପାଣି ଉଭୟଙ୍କୁ ଭସେଇ ନେଇଯାଉଥିଲା।

ସୌଭାଗ୍ୟବଶତଃ ନଦୀ ମଝିରେ ଥିବା ଏକ ବୁଦାକୁ ଧରି ଚିତ୍କାର କରିଥିଲେ ମହିଳା ଜଣକ। ଚିତ୍କାର ଶୁଣି ଗ୍ରାମର କିଛି ଯୁବକ ଦୌଡ଼ି ଆସିଥିଲେ। ମା ଓ ଶିଶୁପୁତ୍ର ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ପ୍ରାୟ ୩ଘଣ୍ଟା ଲାଗିଥିଲା। ତେବେ ନଦୀ ମଝିରେ ମା ଓ ଶିଶୁକୁ ଉଦ୍ଧାର କରି ୨ଟି ଜୀବନ ବଞ୍ଚାଇଛନ୍ତି ଯୁବକ। ଉଦ୍ଧାର କରିଥିବା ଯୁବକ ମାନେ ଭଗବାନ ରୂପରେ ଆସି ଆମକୁ ଉଦ୍ଧାର କରିଛନ୍ତି ବୋଲି ନନ୍ଦିନୀ କାଡ୍ରାକା କହିଛନ୍ତି।

Leave A Reply

Your email address will not be published.