ଉମରକୋଟ: କ୍ରୀଡା ଶିକ୍ଷୟତ୍ରୀଙ୍କ ଆତ୍ମହତ୍ୟାକୁ ନେଇ ବଢ଼ୁଛି ରହସ୍ୟ, ସୁଇସାଇଡ ନୋଟ ଜବତ; ମୋବାଇଲ ଖୋଲିପାରେ ମୃତ୍ୟୁର କାରଣ

ଉମରକୋଟ (କେନ୍ୟୁଜ): ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରରେ ଜଣେ କ୍ରୀଡା ଶିକ୍ଷୟତ୍ରୀଙ୍କ ଆତ୍ମହତ୍ୟାକୁ ନେଇ ଏବେ ସମସ୍ତଙ୍କ ମନରେ ଉଠୁଛି ଅନେକ ପ୍ରଶ୍ନ । ପରିବାର ଠାରୁ ଆରମ୍ଭ କରି ତାଙ୍କ ସହପାଠୀ ଓ ଉମରକୋଟ ଜନ ସାଧାରଣ ଏହି ଆତ୍ମହତ୍ୟା କୁ ସହଜ ରେ ବିଶ୍ୱାସ କରିପାରୁନାହାନ୍ତି।ତନୁଜା ଉମରକୋଟ ନିକଟସ୍ଥ ଜାମରୁଣ୍ଡା ଠାରେ ଥିବା ମଙ୍ଗଳ ବିଭାଗ ବାଳିକା ଉଚ୍ଚ ବିଦ୍ୟାଳୟରେ ରେ କ୍ରୀଡା ଶିକ୍ଷୟତ୍ରୀ ଭାବେ କାର୍ଯ୍ଯ କରୁଥିଲେ । ଏତେ ଖୁସି ମିଜାଜ୍‌ ଓ ଅନ୍ଯ କୁ ବଞ୍ଚିବାକୁ ବାଟ ଦେଖାଉଥିବା ଏହି କ୍ରୀଡା ଶିକ୍ଷୟତ୍ରି ତନୁଜା ବିଶ୍ୱାସ ଙ୍କ ଆତ୍ମହତ୍ୟା କୁ ନେଇ ସମଗ୍ର ସହର ସ୍ତବ୍ଧ।

TIKTOK ମାଧ୍ୟମରେ ନିଜ ର ନାଚିବା ଭିଡ଼ିଓ ସୋସିଆଲ ମିଡିଆ ରେ ପୋଷ୍ଟ କରି ଖୁବ ଚର୍ଚ୍ଚା ରେ ରହୁଥିଲେ ସେ ତେବେ କେଉଁ ପରିସ୍ଥିତି ରେ ତନୁଜା ଆତ୍ମହତ୍ୟା କଲେ, କେଉଁ ଚାପ ରେ ରହିଥିଲେ ନା ତାଙ୍କୁ କେହି ଆତ୍ମହତ୍ୟା କରିବାକୁ ବାଧ୍ୟ କଲା ତାର କାରଣ ଖୋଜୁଛି ଉମରକୋଟ ପୋଲିସ । ତନୁଜା ଙ୍କ ଇଂରାଜୀ ଲେଖା ଓ ବେଙ୍ଗଲି ଭର୍ସନ ର ଏକ ସୁଇସାଇଡ ନୋଟ ଓ ମୋବାଇଲ ପୋଲିସ ହାତରେ ରହିଛି। ତେବେ ସୁଇସାଇଡ ନୋଟ ରେ ମୃତ୍ୟୁ ପାଇଁ କାହାକୁ ଦାୟୀ କରି ନାହାନ୍ତି ତନୁଜା । କିନ୍ତୁ ଘଟଣା କୁ ଆଗକୁ ନବଢ଼େଇବାକୁ ଓ ତଦନ୍ତ ନକରିବାକୁ ଲେଖିଛନ୍ତି । ଏକଥା କାହିଁକି ଲେଖିଛନ୍ତି ?

ତଦନ୍ତ ହେଲେ ଘଟଣା ସାମ୍ନା କୁ ଆସିବ? ପାରିବାରିକ କଳହ, ପ୍ରେମ ନା ଆଉ କିଛି ? ମୃତ୍ୟୁ ର କାରଣ କୁ କାହିଁକି ଲୁଚେଇ ରଖିବାକୁ ଚାହିଁ ଛନ୍ତି ତନୁଜା। ଏ ସମସ୍ତ ଗୁମର ଖୋଲିବ ତନୁଜା ଙ୍କ ମୋବାଇଲ ଏବଂ ପୋଲିସ ପାଇଁ ରହିବ ଏକ ବଡ଼ ଚ୍ଯାଲେଞ୍ଜ ।ଆତ୍ମହତ୍ୟା ପୂର୍ବରୁ କାହା ସହ ତନୁଜା କଥା ହୋଇଥିଲେ ମୋବାଇଲ ର CDR ରୁ ଜଣାପଡ଼ିବ ଓ ଏହାର ରିପୋର୍ଟ ଦୁଇ ଦିନ ଭିତରେ ଆସିବ । ଏବଂ ତା ପରେ ଆତ୍ମହତ୍ୟା ର ଗୁମର ଖୋଲିପାରେ ବୋଲି ଉମରକୋଟ ଥାନା ଆଇଆଇସି ଦୀପକ କୁମାର ଜେନା ସୂଚନା ଦେଇଛନ୍ତି। ବର୍ତମାନ ଘଟଣାର ର ତଦନ୍ତ ଜାରି ରହିଥିବା ବେଳେ ଉମରକୋଟ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରାଯାଇଛି ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.