ବିଳମ୍ବିତ ରାତିରେ ଶିକ୍ଷକଙ୍କ ଘରେ ଧସେଇ ପଶିଲେ ଦୁର୍ବୃତ୍ତ ; ବୁଲାଇଲେ କଳାକନା, ପୋଲିସ ଓ ସାଇଣ୍ଟିଫିକ ଟିମର ତଦନ୍ତ

ଯାଜପୁର (କେନ୍ୟୁଜ) : ଶିକ୍ଷକଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ। ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଧୀନ ଭାକୁଡ ଗ୍ରାମର ଶିକ୍ଷକ ସଚିତ୍ର କୁମାର ରାଉତଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ। ଅତ୍ୟଧିକ ଗରମ ହେତୁ ସଚିତ୍ର ଓ ତାଙ୍କ ସ୍ତ୍ରୀ ଅନ୍ୟଏକ ଘରେ ଶୋଇଥିବା ସମୟରେ ଦୁର୍ବୃତ୍ତ ମାନେ ଆସି ସଚିତ୍ର ଶୋଇଥିବା ଘର ବାହାରୁ କବାଟ ବନ୍ଦ କରି ଦେଇଥିଲେ।

ଅନ୍ୟଏକ ଘରେ ପଶି ଆଟାଚି ଭାଙ୍ଗି ସୁନା ଅଳଙ୍କାର ସହ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ ନଗଦ ଟଙ୍କା ନେଇ ଫେରାର ହୋଇ ଯାଇଛନ୍ତି। ଆଜି ସକାଳୁ ସଚିତ୍ର ସ୍କୁଲ ଯିବାକୁ ବାହାରିବା ସମୟରେ ଘର ବାହାରୁ ତାଲା ପଡିଥିବାରୁ ପଡୋଶୀଙ୍କ ସହାୟତାରେ କବାଟ ଖୋଲିଥିଲେ। ପରେ ଘରୁ ସବୁକିଛି ଚୋରି ହୋଇଯାଇଥିବା ଜାଣିବାକୁ ପାଇଥିଲେ। ଏ ନେଇ ବାଲିଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ଘଟଣା ସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଂଚି ଅଧିକ ତଦନ୍ତ ଜାରି ରଖିଛି।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.