ଗାଁକୁ ଚୋରି କରିବାକୁ ଆସିବା ପଡିଲା ମହଙ୍ଗା: ଗ୍ରାମବାସୀଙ୍କ ହାବୁଡରେ ପଡିଲେ ୭ ଚୋର, ଦେଲେ ପୋଲିସର ଜିମା

ମାହାଙ୍ଗା (କେନ୍ୟୁଜ): ୟୁପିରୁ ଆସି ଦିନରେ ଘୋଡ଼ା ଗାଡ଼ି ସାଙ୍ଗକୁ ବାଦାମ ବେପାର କରୁଥିବା ବେଳେ ରାତି ହେଲେ ଚୋରିରେ ହେଉଛନ୍ତି ସାମିଲ। ଏହିଭଳି ଏକ ଚୋର ଦଳ ଚୋରି କରିବାକୁ ଆସିଥିବା ବେଳେ ଗ୍ରାମବାସୀ ଏକ ପିକପ ଭ୍ୟାନ ସମେତ ୭ଜଣକୁ ଧରି ପୋଲିସ ଜିମା ଦେଇଛନ୍ତି। ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ଥାନା ଅଡମ ମହେଶପୁର ଗ୍ରାମରେ।

ଏହି ଗ୍ରାମରେ ନିର୍ମାଣ ହେଉଥିବା ମେଗା ପାନୀୟ ଜଳ ପ୍ରକଳ୍ପର ଉଚ୍ଚ ପାଣି ଟାଙ୍କିରେ ବ୍ୟବହୃତ ଲୁହା ସାମଗ୍ରୀ ଗୁଡିକୁ ଗତକାଲି ବିଳମ୍ବିତ ରାତିରେ ଏଠାରେ ଥିବା ସିକ୍ରୁଟି ଗାର୍ଡ ସହାୟତାରେ ପଗା ପଦ୍ମପୁର ଅଞ୍ଚଳରେ ରହୁଥିବା ୟୁପିର ଘୋଡା ଓ ବାଦାମ ବ୍ୟବସାୟ କରୁଥିବା ଯୁବକ ମାନକ ଦ୍ଵାରା ଚୋରି କରି ଏକ ପିକପ ଭ୍ୟାନରେ ନେଉଥିଲେ । ଏହି ସମୟରେ ଗ୍ରାମବାସୀଙ୍କ ଦ୍ବାରା ଧରା ପଡ଼ିଥିଲେ। ଆଜି ମାହାଙ୍ଗା ପୋଲିସ ଜିମା ଦିଆଯାଇଥିବା ବେଳେ ପୋଲିସ ଏନେଇ ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.