ବାପଘରକୁ ନେଲାନି ବୋଲି ଶରୀରରେ ନିଆଁ ଲଗାଇ ଦେଲେ ମହିଳା , ଏବେ ଅବସ୍ଥା ଗୁରୁତର

ଉଦଳା (କେନ୍ୟୁଜ): ନିଜ ବାପ ଘରକୁ ଯିବା ନିମନ୍ତେ ସ୍ୱାମୀଙ୍କୁ କହିଲେ। ହେଲେ ପାଖରେ ଟଙ୍କା ନ ଥିବାରୁ ପରବର୍ତ୍ତୀ ସମୟରେ ଯିବା ବୋଲି କହିଥିଲେ ସ୍ୱାମୀ । ଏଥିରେ ବିରକ୍ତ ହୋଇ ନିଜେ ଦେହରେ କିରୋସିନି ଢାଳି ନିଆଁ ଲଗାଇ ହେଲେ ମହିଳା। ଆଉ ଏବେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ହୋଇଛନ୍ତି ଭର୍ତ୍ତି। କପ୍ତିପଦା ଥାନା ତେନ୍ତୁଳିବାଡ଼ି ଗ୍ରାମରେ ଘଟିଛି ଏଭଳି ଘଟଣା। ଗ୍ରାମର ମୁନା ସିଂଙ୍କ ସ୍ତ୍ରୀ ଚନ୍ଦ୍ରମଣି ସିଂ ପୂଜା ଅବସରରେ ନିଜ ବାପ ଘରକୁ ଯିବାକୁ ବାହାରିଥିଲେ। ବାପ ଘରକୁ ଯିବା ନିମନ୍ତେ ସ୍ୱାମୀଙ୍କୁ କହିଥିବା ବେଳେ ଟଙ୍କା ଅଭାବରୁ ପରେ ଯିବା କଥା କହିଥିଲେ ସ୍ୱାମୀ।

ଏହା ପରେ ସ୍ୱାମୀ କୌଣସି କାମରେ ଘର ବାହାରକୁ ଚାଲି ଯାଇଥିବା ବେଳେ ଚନ୍ଦ୍ରମଣି ନିଜ ଦେହରେ କିରୋସିନି ଢାଳି ହୋଇ ନିଆଁ ଲଗାଇଦେଇଥିଲେ। ନିଆଁରେ ପୋଡି ହୋଇ ଚିତ୍କାର କରିବାରୁ ଏବଂ ଘର ଭିତରୁ ଧୂଆଁ ବାହାରିବା ଦେଖି ପରିବାର ଲୋକେ ଘର କବାଟ ଭାଙ୍ଗି ଚନ୍ଦ୍ରମଣିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ତାଙ୍କ ଶରୀରର ପାଖାପାଖି ୭୦ ପ୍ରତିଶତ ପୋଡି ଯାଇଥିବା ବେଳେ ଅବସ୍ଥା ଶଙ୍କଟାପନ୍ନ ରହିଛି । ସାମାନ୍ଯ କଥାରୁ ଏଭଳି ଏକ ଅଘଟଣ ଘଟିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଲର ବିଷୟ ପାଲଟିଛି।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.