ଭାଇକୁ ଫୋନ୍ କରି ନଦୀକୁ ଡେଇଁଲେ ଯୁବତୀ, ଉଦ୍ଧାର କାର୍ଯ୍ୟ ଜାରି

ଭଦ୍ରକ (କେନ୍ୟୁଜ): ଭାଇକୁ ଫୋନ୍ କରି ନଦୀକୁ ଡେଇଁଲେ ଯୁବତୀ। ବ୍ରିଜ ଉପରେ ଦୋକାନ କରିଥିବା ଦୋକାନୀଙ୍କ ଫୋନରୁ ଭାଇକୁ ଫୋନ କରିବା ପରେ ନଈକୁ ଡେଇଁ ପଡ଼ିଥିଲେ ଯୁବତୀ । ଯୁବତୀଙ୍କ ପତ୍ତା ମିଳୁନଥିବା ବେଳେ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ ଗେଲଟିଆ ଅଞ୍ଚଳର ଜନୈକ ଯୁବତୀ ବାଇପାସ ନିକଟ ରାଜଘାଟ ବ୍ରିଜ ନିକଟକୁ ଆସିଥିଲେ । ବ୍ରିଜ ଉପରେ ଥିବା ଜଣେ ଦୋକାନୀଙ୍କ ଫୋନରୁ ନିଜ ଭାଇଙ୍କୁ ଫୋନ କରିଥିଲେ । କିଛି ସମୟ ପରେ ନଈକୁ ଡେଇଁ ପଡିଥିବା ସୂଚନା ଦେଇଛନ୍ତି ପ୍ରତ୍ୟକ୍ଷଦର୍ଶୀ । ଖବର ପାଇ ଭଦ୍ରକ ଟାଉନ ପୋଲିସ ପହଁଚିଥିବା ବେଳେ ଯୁବତୀଙ୍କ ପତ୍ତା ମିଳି ନାହିଁ । ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛି । ତେବେ ଯୁବତୀ ଜଣଙ୍କ କାହିଁକି ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କଲେ ତାହା ଜଣା ପଡି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.