ଗୋଖର କାମୁଡିବାରୁ ରାଗରେ ସାପକୁ କାମୁଡ଼ି ଗାଁରେ ବୁଲାଇଲେ ଯୁବକ

ଜଳେଶ୍ବର (କେନ୍ୟୁଜ): ସାଧାରଣତଃ ସାପକୁ ଦେଖିଲେ ଯେକେହି ବି ଡରି ଯାଇଥାନ୍ତି । ଅତି ନିକଟରେ ସାପକୁ ଦେଖିଦେଲେ ଛାତିରେ ଛନକା ପଶିଯାଏ । ପଶିବନି ବା କାହିଁକି, କାରଣ ସାପ କାମୁଡିଲେ, କ୍ଷଣିକ ସମୟ ମଧ୍ୟରେ ଜୀବନ ଚାଲିଯାଇପାରେ । ଅନେକ ସମୟରେ ଆପଣଙ୍କ ଟିଭିରେ ଦେଖିଥିବେ କିମ୍ବା ଖବରକାଗଜରେ ପଢିଥିବେ ଯେ, ସାପ କାମୁଡାରେ କାହାରି ମୃତ୍ୟୁ ହୋଇଥିବା ଖବର ।

କିନ୍ତୁ ଜଳେଶ୍ବରରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସାପ କାମୁଡିଲା ପରେ ସାପକୁ କାମୁଡିଲେ ଯୁବକ । ଏଭଳି ଏକ ଦୃଶ୍ଯ ଦେଖିବାକୁ ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦରଡା ଗ୍ରାମରେ । ସୁଚନା ଅନୁଯାଇ ଦରଡା ଗ୍ରାମର ସଲିମ୍ ଖାଁ ନାମକ ଜଣେ ଯୁବକ ଆଜି ନିଜ ଚାଷ ଜମିକୁ ଯାଇଥିବା ବେଳେ ତାକୁ ଏକ ଗୋଖର ସାପ କାମୁଡି ଦେଇଥିଲା । ତେବେ ସାପ କାମୁଡିବା ପରେ ସଲିମ ଓଲଟି ସାପକୁ କାମୁଡି ଦେଇଥିଲା । ପରେ ଯୁବକ ଜଣଙ୍କ ସାପଟିକୁ ବେକରେ ଗୁଡାଇ ଗାଁ ରେ ବୁଲୁଥିଲେ। ଲୋକେ ଏ ଦୃଶ୍ୟ ଦେଖି ହତଚକିତ ହେଇଯାଇଥିଲେ। ଯାହାର ଦୃଶ୍ଯ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.