ରାଜ୍ୟରେ ଦ୍ୱିତୀୟ ଡୋଜ୍‌ ଟିକା ନେବାକୁ ଆହୁରି ୨୫ ଲକ୍ଷ ଲୋକ ବାକି, ଡିସେମ୍ବର ସୁଦ୍ଧା ସାରିବାକୁ ଚେଷ୍ଟା

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ୧୮୦୦ କେନ୍ଦ୍ରରେ ଚାଲିଛି ଟିକାକରଣ। ୩ କୋଟି ଟିକାକରଣ ସରିଲାଣି। ବର୍ତ୍ତମାନ ଦୈନିକ ୪ ଲକ୍ଷ ଲୋକଙ୍କୁ ଟିକା ଦିଆଯାଉଛି। ଦ୍ୱିତୀୟ ଡୋଜ୍‌ ଟିକା ନେବାକୁ ଆହୁରି ୨୫ ଲକ୍ଷ ଲୋକ ବାକି ଅଛନ୍ତି। ସେମାନଙ୍କୁ ଟିକା କେନ୍ଦ୍ରରେ ଦ୍ୱିତୀୟ ଡୋଜ୍‌ କିଭଳି ନେବେ ସେ ନେଇ ସମସ୍ତ ବ୍ୟବସ୍ଥା କରାଯାଉଛି।

ରାଜ୍ୟରେ ୭୧ ପ୍ରତିଶତ ଲୋକଙ୍କୁ ପ୍ରଥମ ଡୋଜ୍‌ ଟିକାକରଣ କରାଯାଇଛି। ୭୨ ପ୍ରତିଶତ ଦ୍ୱିତୀୟ ଡୋଜ୍‌ ଟିକା ନେଇଛନ୍ତି। ୧ ଲକ୍ଷ ୮୯ ହଜାର ଗର୍ଭବତୀ ମହିଳାଙ୍କୁ ଟିକା ଦିଆଯାଇଛି। ଡିସେମ୍ବର ସୁଦ୍ଧା ଟିକାକରଣ ସାରିବାକୁ ଚେଷ୍ଟା କରାଯାଉଛି ବୋଲି ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.