ଘଟଗାଁ(କେନ୍ୟୁଜ୍):ଭାଙ୍ଗିଲା କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ମାଆ ତାରିଣୀଙ୍କ ଟ୍ରଷ୍ଟ ବୋର୍ଡ। ମନ୍ଦିର ଟ୍ରଷ୍ଟବୋର୍ଡ ଗଠନକୁ ନେଇ ୬ ବର୍ଷ ଧରି ଲାଗି ରହିଥିଲା ବିବାଦ। ଏହା ହାଇକୋର୍ଟରେ ବିଚାରାଧିନ ଥିଲା। ନୂଆ ବୋର୍ଡ ନିମନ୍ତେ ହାଇକୋର୍ଟରେ ଏକ ରିଟ୍ ପିଟିସନ ଦାଖଲ ହୋଇଥିଲା।
୨୦୧୮ ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରୁଥିବା ଟ୍ରଷ୍ଟବୋର୍ଡ ହାଇକୋର୍ଟରେ ମାମଲା ରୁଜୁ କରିବାରୁ ଉକ୍ତ ବୋର୍ଡର୍କୁ ଅଦାଲତ ରହିତାଦେଶ ପ୍ରଦାନ କରିଥିଲେ। ଦୀର୍ଘଦିନ ପରେ ହାଇକୋର୍ଟ ରହିତାଦେଶ ହଟାଇ ଦେଇଛନ୍ତି । ଅତିରିକ୍ତ ସହକାରୀ ଦେବୋତ୍ତର କମିଶନରଙ୍କ ନିଷ୍ପତ୍ତି କ୍ରମେ ନୂଆ ଟ୍ରଷ୍ଟବୋର୍ଡ ଗଠନ ହେବ ବୋଲି ସୂଚନା ଦେଇଛନ୍ତି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସଞ୍ଜୀବ ମହାପାତ୍ର।