ବାବୁସାନ ଓ ପତ୍ନୀଙ୍କ ମଧ୍ୟରେ ହେବ ବୁଝାମଣା, କହିଲେ ପ୍ରଯୋଜକ ସଞ୍ଜୟ ନାୟକ

ଭୁବନେଶ୍ୱର (କେନ୍ୟୁଜ): ଖୁବ ଶୀଘ୍ର ଆପସ ବୁଝାବଣା ପରେ ଏହି ଘଟଣାର ଅନ୍ତ ଘଟିବ ବୋଲି କହିଛନ୍ତି ଫିଲ୍ମ ପ୍ରଯୋଜକଓ ନିର୍ଦ୍ଦେଶକ ସଞ୍ଜୟ ନାୟକ। ପତ୍ନୀ ତୃପ୍ତି ଶତପଥୀ ଓ ତାଙ୍କ ସହିତ କଥା ହେଇଛନ୍ତି ବାବୁସାନ । ଏବେ ମାନସିକ ଅଵସ୍ଥା ସ୍ଥିର ରହିଛି । ତାଙ୍କ ବାପାଙ୍କ ଅସୁସ୍ଥତାକୁ ନେଇକି ସେ ସାମାନ୍ୟ ଚିନ୍ତିତ ଅଛନ୍ତି । ଆସନ୍ତା ଦିନେ ୨ ଦିନ ଭିତରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିବେ ବାବୁସାନ ।

ଖବର ଅନୁଯାୟୀ ତିନି ଦିନର ସସପେନ୍ସ ପରେ ଆଜି ଓଡିଶା ଫେରିଆସିଛନ୍ତି ବାବୁସାନ ମହାନ୍ତି । ବାବୁସାନ ପ୍ରାୟ ୮ଟା ୨୫ ବେଳେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ । ଆଉ ବିମାନବନ୍ଦରରୁ ବାହାରିବା ମାତ୍ରେ ସାମ୍ବାଦିକମାଙ୍କୁ ପ୍ରଥମ ପ୍ରତିକ୍ରିୟାରେ କହିଥିଲେ, ସେ ପ୍ରଥମେ ବାପା-ମାଆଙ୍କୁ ଭେଟିବେ, ତାହା ପରେ ଯାହା କହିବେ ।

ବିମାନବନ୍ଦରରୁ ସିଧାସଳଖ ଘର ଅଭିମୁଖେ ବାହାରିଯାଇଥିଲେ ବାବୁସାନ । ବରମୁଣ୍ଡା ସ୍ଥିତ ତାଙ୍କ ଘରକୁ ଯାଇଥିଲେ । ବାପା ଉତ୍ତମ ମହାନ୍ତି ଓ ମାଆ ଅପରାଜିତାଙ୍କୁ ଭେଟିଥିଲେ । ପୁଅକୁ ପୁଣି ଥରେ ପାଖରେ ପାଇ ମାଆ ଅପରାଜିତାଙ୍କ ଭାବବିହ୍ୱଳ ହୋଇଯାଇଥିଲେ । ପୁଅ ବି ମାଆଙ୍କୁ ଧରି କାନ୍ଦି ପକାଇଥିଲେ । ବାବୁସାନଙ୍କ ଉପରେ ସାରାରାଜ୍ୟର ନଜର ଥିବାରୁ ତାଙ୍କ ପ୍ରତିକ୍ରିୟା ନେବାକୁ ଗଣମାଧ୍ୟମ ପ୍ରତିନିଧିମାନେ ଅପେକ୍ଷା କରିଥିଲେ । ହେଲେ ବାବୁସାନ ଥକି ଯାଇଥିବାରୁ ସେ ବିଶ୍ରାମ ନେଉଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ତାଙ୍କ ମା ଅପରାଜିତା ।

Leave A Reply

Your email address will not be published.