ଏଣିକି ଦୋକାନୀ ହୁଅନ୍ତୁ ସାବଧାନ! ଗ୍ରାହକ ବେଶରେ ଆସି ଦାମୀ ମୋବାଇଲ ଲୁଟି ନେଉଛନ୍ତି ଚୋର

ଚୌଦ୍ୱାର(କେନ୍ୟୁଜ୍): ଏଣିକି ଦୋକାନୀ ହୁଅନ୍ତୁ ସାବଧାନ । ଗ୍ରାହକ ବେଶରେ ଆସି ଲୁଟିନେଉଛନ୍ତି ବିଭିନ୍ନ ପ୍ରକାର ସାମଗ୍ରୀ । ଏଭଳି ଏକ ଘଟଣା ଘଟିଛି ଚୌଦ୍ୱାର ବିରାଟ ବଜାର ଶାନ୍ତି ମୋବାଇଲ ଦୋକାନର । ଯାହାର ଦୃଶ୍ୟ କଏଦ ହୋଇଛି ଦୋକାନରେ ଲାଗିଥିବା ସିସିଟିଭିରେ । ଭିଜୁଆଲରେ ଦେଖିବାକୁ ମିଳିଛି କିଭଳି ଗ୍ରାହକ ବେଶରେ ଆସି ଦୁଇ ଜଣ ବ୍ୟକ୍ତି ଚୋରି କରି ନେଉଛନ୍ତି ଦାମୀ ମୋବାଇଲ ।

ସିସିଟିଭି ଲାଗି ମଧ୍ୟ ନାହିଁ ଡର କି ନାହିଁ ଭୟ । ବାସ ଚୋରି କରି ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି । ଯାହାର ସମସ୍ତ ଦୃଶ୍ୟ କଏଦ ହୋଇଛି ସିସିଟିଭିରେ । ଏହା ପରେ ସିସିଟିଭି ଆଧାରରେ ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ୍।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.