ଅସହ୍ୟ ଯନ୍ତ୍ରଣା: ଅସ୍ୱାଭାବିକ ଭାବେ ଶିଶୁ ମୁହଁରେ ବଢ଼ି ଚାଲିଛି ମାଂସ ପିଣ୍ଡୁଳା, ସାହାୟତା ଅପେକ୍ଷାରେ ପରିବାର

ଉମରକୋଟ(କେନ୍ୟୁଜ୍) : ଅଳ୍ପ ବୟସ, ହେଲେ ଯନ୍ତ୍ରଣା ଅସହ୍ୟ । ମୁହଁରେ ଅସ୍ୱାଭାବିକ ଭାବେ ବଢୁଛି ମାଂସ ପିଣ୍ଡୁଳା । ଦେଖନ୍ତୁ ଏହି କୁନି ଝିଅକୁ । ବୟସ ମାତ୍ର ଦେଢ ବର୍ଷ । ହେଲେ ଆଖି ଉପରେ ବଢିଚାଲିଛି ମାଂସ ପିଣ୍ଡୁଳା । ଅସହ୍ୟ ଯନ୍ତ୍ରଣା ହେଉଥିଲେ ବି କିଛି କହିପାରୁନି । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଫୁଫୁଗାଁ ପଞ୍ଚାୟତ ଅମଲିଯୋଡ଼ି ଗାଁର ଧନିତା ଗୌଡ଼ । ଜନ୍ମରୁ ଧନିତାଙ୍କ ମୁହଁରେ ଏକ ଛୋଟ ମାଂସ ପିଣ୍ଡୁଳା ରହିଥିଲା । ବୟସ ବଢ଼ିବା ସହ ଧୀରେ ଧୀରେ ତାହା ବଢିବାରେ ଲାଗିଛି । ୮ ମାସର ହୋଇଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରୁ ଆରମ୍ଭ କରି କଟକ ଏସ୍‌ସିବିରେ ଦେଖାଇଥିଲେ । ହେଲେ ଏତେ ଛୋଟ ବୟସରେ ଅସ୍ତ୍ରୋପଚାର ହୋଇପାରିବ ନାହିଁ ବୋଲି କହିଥିଲେ ଡାକ୍ତର । କିନ୍ତୁ ଏବେ ଧନିତାଙ୍କୁ ଦେଢବର୍ଷ । ଏବେ ଅସ୍ତ୍ରୋପଚାର ହୋଇପାରିବ କିନ୍ତୁ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ।

ଧନିତାଙ୍କ ବାପା ନୀଳାମ୍ବର ଗୌଡ଼ ପେସାରେ ଜଣେ ଦିନ ମଜୁରିଆ । ଘରେ ମୋଟ ୯ ଜଣ ସଦସ୍ୟ । ସମସ୍ତଙ୍କ ଭରଣପୋଷଣ କରିବା କଷ୍ଟ ହୋଇପଡୁଛି । ଏପରି ସ୍ଥଳେ ଧନିତାଙ୍କ ଉତ୍ତମ ଚିକିତ୍ସା କିପରି ହୋଇପାରିବ ଏବଂ ତାକୁ କିପରି କଟକ ନେବେ ସେନେଇ ଚିନ୍ତାରେ ପରିବାର ଲୋକ । ଅନ୍ୟପଟେ ଖୁବଶୀଘ୍ର ସାହାଯ୍ୟ ଯୋଗାଇ ଦିଆଯିବ ବୋଲି କହିଛନ୍ତି ଝରିଗାଁ ବିଡିଓ ।

କୌଣସି ସହୃଦୟ ବ୍ୟକ୍ତି କିମ୍ବା ଅନୁଷ୍ଠାନ ଧନିତାଙ୍କ ଚିକିତ୍ସା ନିମନ୍ତେ ସାହାଯ୍ୟ ଯୋଗାଇବାକୁ ଚାହୁଁଥିଲେ, ଏହି ଠିକଣାରେ ଯୋଗାଯୋଗ କରିବାକୁ ଅନୁରୋଧ।

ନାମ- ନୀଳାମ୍ବର ଗୌଡ଼

ଗ୍ରାମ- ଅମଲିଯୋଡ଼ି

ବ୍ଲକ- ଝରିଗାଁ

ଜିଲ୍ଲା- ନବରଙ୍ଗପୁର

A/C No- 52728100013212

IFSC- BARB0UMARKO

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.