ଏ ବର୍ଷ ବି ବିନା ଭକ୍ତରେ ପୁରୀରେ ହେବ ରଥଯାତ୍ରା

ପୁରୀ (କେନ୍ୟୁଜ) : ଆଉ ମାସେ ରହିଲା ଘୋଷଯାତ୍ରା, କିନ୍ତୁ ତାପୂର୍ବରୁ ପୁରୀ ରଥଯାତ୍ରାକୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ପୂର୍ବ ବର୍ଷ ଭଳି ଏଥର ମଧ୍ୟ ପୁରୀରେ ହେବ ଭକ୍ତ ଶୁନ୍ୟ ରଥଯାତ୍ରା । ଅର୍ଥାତ ଚଳିତ ବର୍ଷ ବି ବିନା ଭକ୍ତରେ ହେବ ରଥଯାତ୍ରା। ଏନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ପ୍ରେସ୍‌ମିଟ୍‌ ଜରିଆରେ ସୂଚନା ଦେଇଛନ୍ତି ।

ପୁରୀ ଛଡ଼ା ଓଡିଶାର ଅନ୍ୟ କୌଣସି ସ୍ଥାନରେ ରଥ ଟଣା ହେବ ନାହିଁ ବୋଲି ପ୍ରେସମିଟରେ ସୂଚନା ଦେଲେ ଏସଆରସି। ଅନ୍ୟ ସ୍ଥାନରେ କେବଳ ମନ୍ଦିର ପରିସରରେ ହେବ ନୀତିକାନ୍ତି । ପୁରୀରେ କୋଭିଡ଼ ଗାଇଡ଼ଲାଇନ୍‌ ଅନୁସାରେ ରଥ ଯାତ୍ରା ହେବ। କେବଳ ସେବାୟତ ଓ ସୁରକ୍ଷକର୍ମୀମାନେ ରଥ ଟାଣିବେ । ସମସ୍ତଙ୍କର କୋଭିଡ଼ ଟେଷ୍ଟ କରାଯିବ ।

ଯଦି ରିପୋର୍ଟ ପଜିଟିଭ୍‌ ଆସିଲେ, ତେବେ ସେମାନଙ୍କୁ ରଥ ଟାଣିବା ପାଇଁ ଅନୁମତି ଦିଆଯିବନାହିଁ । କେବଳ ନେଗେଟିଭ୍‌ ରିପୋର୍ଟ ଥିବା ସେବାୟତ ଓ ସୁରକ୍ଷାକର୍ମୀଙ୍କୁ ଅନୁମତି ଦିଆଯିବ । ନଚେତ ଦୁଇ ଡୋଜ୍‌ ଟିକା ନେଇଥିବେ। ରଥଯାତ୍ରା ସମୟରେ ପୁରୀରେ ଲାଗିବ କର୍ଫ୍ୟୁ, ବାହାର ଲୋକଙ୍କୁ ପୁରୀ ମନା ହୋଇଛି। ପୁରୀକୁ ଟ୍ରେନ୍‌ ସମେତ ଅନ୍ୟ ଯାନକୁ ପ୍ରବେଶ ପାଇଁ ମନା କରାଯାଇଛି।

Leave A Reply

Your email address will not be published.