ବିଜେଡି ପ୍ରାର୍ଥୀ ରମେଶ ବେହେରାଙ୍କୁ ମାଓବାଦୀଙ୍କ ହତ୍ୟା ଧମକ

ନୟାଗଡ଼ (କେନ୍ୟୁଜ୍) :ବିଜେଡି ପ୍ରାର୍ଥୀ ରମେଶ ବେହେରାଙ୍କୁ ହତ୍ୟା ଧମକ। ନୟାଗଡ଼-ଦଶପଲ୍ଲା ଥାନା ଅଞ୍ଚଳରେ ମାଓବାଦୀମାନଙ୍କ ଧମକପୂର୍ଣ୍ଣ ପୋଷ୍ଟର ଲାଗିଛି। ଏଥିରେ ରମେଶ ବେହେରାଙ୍କୁ ହତ୍ୟା ଧମକ ଦିଆଯାଇଥିବା ଦେଖିବାକୁ ମିଳିଛି। କୁଆଁରିଆ ମୃଗବିହାର ପାଚେରୀରେ ସିପିଆଇଏମ୍ ମାଓବାଦୀ ସଙ୍ଗଠନ ପକ୍ଷରୁ ପୋଷ୍ଟର ଲଗାଯାଇଛି। ଏହାସହ ଦଶପଲ୍ଲା ଥାନା, ଜେଲ୍, କୋର୍ଟ ଓ ନୂଆ ଗାଁ ଥାନା ଉଡାଇ ଦେବାକୁ ପୋଷ୍ଟରରେ ଉଲ୍ଲେଖ ରହିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୋଷ୍ଟର ଜବତ କରିବା ସହ ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.