ଗୁଣ୍ଡିଚା ମନ୍ଦିର ନିକଟରେ ପହଁଚିଲେ ତିନିରଥ, କାଲି ଆଡ଼ପମଣ୍ଡପ ବିଜେ

ପୁରୀ(କେନ୍ୟୁଜ) : ଗୁଣ୍ଡିଚା ମନ୍ଦିର ନିକଟରେ ପହଁଚିଲେ ତିନିରଥ । କାଲି ଆଡ଼ପମଣ୍ଡପ ବିଜେ। ପ୍ରଥମ ଥର ବିନା ଭକ୍ତରେ ବଡ଼ଦାଣ୍ଡରେ ଗଡ଼ିଲା ତିନି ରଥ। ସୂଚନା ଅନୁଯାୟୀ ଅପରାହ୍ନ ୫ ଟା ୧୫ ସୁଦ୍ଧା ଗୁଣ୍ଡିଚା ମନ୍ଦିର ନିକଟରେ ତିନି ରଥ ପହଞ୍ଚିଛନ୍ତି । ପ୍ରଥମେ ତାଳଧ୍ୱଜ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଥିବା ବେଳେ ପରେ ସୁଭାଦ୍ରାଙ୍କ ଦର୍ପଦଳନ ରଥ ପହଞ୍ଚିଥିଲେ, ପରେ ସେବାୟତମାନେ ନନ୍ଦିଘୋଷ ରଥକୁ ଟାଣିଥିଲେ । ତିନି ରଥ ଗୁଣ୍ଡିଚା ମନ୍ଦିର ନିଟରେ ପହଞ୍ଚିଥିଲେ । ମଙ୍ଗଳବାର ସକାଳେ ରଥଯାତ୍ରା ଅବସରରେ ସମସ୍ତ ନୀତିକାନ୍ତି ଠିକ୍‌ ସମୟରେ ହୋଇଥିଲା । ସକାଳେ ନିର୍ଦ୍ଧାରିତ ସମୟ ପୂର୍ବରୁ ପହଣ୍ଡି ବିଜେ ସହ ଅନ୍ୟାନ୍ୟ ନୀତି କାନ୍ତି ସମାପିତ ହୋଇଥିଲା। କବେଳ ସେବାୟତଙ୍କ ସହାୟତାରେ ରଥଟଣା କାର୍ଯ୍ୟ ସମାପିତ ହୋଇଥିଲା । ସମସ୍ତ କାର୍ଯ୍ୟ ଶାନ୍ତି ଶୃଙ୍ଖଳାର ସହ ହୋଇଥିଲା । କୋଳାହଳ ପୂର୍ଣ୍ଣ ବଡଦାଣ୍ଡରେ ବିନାଭକ୍ତରେ ହୋଇଥିଲା ରଥଯାତ୍ରା ।

ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ର ଆରମ୍ଭ ହୋଇଛି। ସୁପ୍ରିମକୋର୍ଟ ସର୍ତ୍ତମୁତାବକ ଭକ୍ତ ଆସି ପାରିଲେନି ବଡ଼ଦାଣ୍ଡ। ଭାଗ ନେଇଥିଲେ କେବଳ ସେବାୟତ ଓ ସୁରକ୍ଷା କର୍ମୀ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ୧୧୪୩ ଜଣ ସେବାୟତଙ୍କ କରୋନା ପରୀକ୍ଷା କରାଯାଇଥିଲା । ସେମାନଙ୍କ ଭିତରୁ ଜଣଙ୍କୁ ଛାଡି ଅନ୍ୟ ସମସ୍ତଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିଲା। ଯେଉଁମାନଙ୍କ ନେଗେଟିଭ୍‌ ଆସିଥିଲେ ସେମାନେ ରଥଯାତ୍ରାରେ ସେବା କରିଥିଲେ। କୋଭିଡ୍‌ କଟକଣା ଭିତରେ, କେମିତି ଶୃଙ୍ଖଳିତରେ ରଥଯାତ୍ରା ଆୟୋଜନ ହେଉଛି, ତାହା ଦେଖୁଛି ସାରା ବିଶ୍ୱ।

Leave A Reply

Your email address will not be published.