ଟାଙ୍ଗୀ: ୧୬ ନଂ ଜାତୀୟ ରାଜପଥରେ ସିରିଜ ଦୁର୍ଘଟଣା, ୪ ଜଣ ଶ୍ରମିକ ଆହତ

ଟାଙ୍ଗୀ:  ୧୬ ନଂ ଜାତୀୟ ରାଜପଥର କୋଚିଲା ଛକ ନିକଟରେ ସିରିଜ୍ ଦୁର୍ଘଟଣା ଘଟିଯାଇଛି । ଦୁର୍ଘଟଣାରେ ୪  ଜଣ ବସ୍ ଯାତ୍ରୀ ଆହତ ହୋଇଥିବା ଜଣାଯାଇଛି । ଆହତ ଶ୍ରମିକ ମାନେ ବିହାର ଦରଭଙ୍ଗା ଅଂଚଳର ବୋଲି ଜଣା ପଡିଛି । ବିହାର ଦରଭଙ୍ଗା ଅଂଚଳରୁ ୩୦ ଜଣ ଶ୍ରମିକଙ୍କୁ ନେଇ ଏକ ଘରୋଇ ଯାତ୍ରୀ ବାହୀ ବସ୍ ତାମିଲ ନାଡୁର ଚେନ୍ନାଇକୁ ଯାଉଥିଲା । ଆଜି ସକାଳୁ ଟାଙ୍ଗୀ ଥାନା ୧୬ ନଂ ଜାତୀୟ ରାଜପଥର କୋଚିଲା ଛକ ନିକଟରେ ଆଗରେ ଯାଉଥିବା ଏକ ହାଇୱେ ଟ୍ରକ ହଠାତ୍ ତାର ଆଗରେ ଯାଉଥିବା ଲୁହା ଗୁଣ୍ଡ ବୋଝେଇ ଟ୍ରକକୁ ପଛ ପଟରୁ ପିଟିଥିଲା । ଯାହାଫଳରେ ହାଇୟା ଟ୍ରକକୁ ବସ ପଛପଟୁ ପିଟି ହୋଇ ଯାଇଥିଲା । ଫଳରେ ବସର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାଙ୍ଗି ରୁଜି ଚୁରମାର ହୋଇ ଯାଇଛି । ଦୁର୍ଘଟଣାରେ ଆହତ ହୋଇଥିବା ଚାରିଜଣ ଶ୍ରମିକଙ୍କୁ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଡିସ୍ଚାର୍ଜ ଦିଆଯାଇଛି ।

ଅନ୍ୟ ପକ୍ଷରେ, କେନ୍ଦ୍ର ସରକାର ଅନଲକ ଘୋଷଣା କରିଛନ୍ତି । ଫଳରେ ରାଜ୍ୟର ବିଭିନ୍ନ କଳ କାରଖାନା ଖୋଲିବା ଆରମ୍ଭ କରିଛି । କଳ କାରଖାନା ଚଳାଇବା ପାଇଁ ଶ୍ରମିକ ମାନଙ୍କର ଆବଶ୍ୟକତା ଜରୁରୀ ହୋଇ ପଡିଛି । ତେଣୁ ଚେନାଇରେ ଥିବା ଏକ ରାଇସ ମିଲ୍ ଚଳାଇବା ପାଇଁ ଶ୍ରମିକ ମାନଙ୍କର ଦରକାର ପଡିବାରୁ ସଂପୃକ୍ତ ରାଇସ ମିଲ ପକ୍ଷରୁ ପଠା ଯାଇଥିବା ଏକ ବସ୍ ରେ ୩୦ ଜଣ ଶ୍ରମିକମାନଙ୍କୁ ଚେନାଇ କୁ ଯାଉଥିବା ଵେଳେ ଏହି ଦୁର୍ଘଟଣା ଘଟିଛି । ସ୍ଥାନୀୟ କୁହୁଡି ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଂଚି ଆହତ ମାନଙ୍କୁ ଉଦ୍ଧାର କରିବା ସହ ୩ ଟି ଦୁର୍ଘଟଣା ଗ୍ରସ୍ତ ଗାଡିକୁ ଜବତ କରି ତଦନ୍ତ ଚଳାଇଛି । ତେବେ ଶ୍ରମିକ ମାନେ ବାହାର ରାଜ୍ୟର ହୋଇଥିବା ଯୋଗୁଁ ସେମାନେ ଅନ୍ୟ ଏକ ଵସ୍ ର ବ୍ୟବସ୍ଥା କରି ଚେନାଇ ପଠାଇବା ଜରୁରୀ ହୋଇ ପଡିଛି ବୋଲି ସ୍ଥାନୀୟ ଜନସାଧାରଣ ପ୍ରଶାସନକୁ ଅନୁରୋଧ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.