ଗଞ୍ଜାମ(କେନ୍ୟୁଜ୍): ଖେଳୁଥିବାବେଳେ ଫାଟିଲା ବ୍ୟାଟେରୀ। ବିସ୍ଫୋରଣ ଘଟି ୩ ବାଳକ ଗୁରୁତର। ଗୁରୁତର ଅବସ୍ଥାରେ ସେମାନଙ୍କୁ ଏମ୍କେସିଜିରେ ଭର୍ତ୍ତି କରାଯାଇଛି। ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ସୋମପୁର ଗାଁରେ ବିସ୍ଫୋରଣ ହୋଇଛି। ତିନି ଜଣ ବାଳକ ଏକ ପରିତ୍ୟକ୍ତ ସ୍ଥାନରେ ଖେଳୁଥିବାବେଳେ ବ୍ୟାଟେରୀ ପାଇଥିଲେ। ଏହାକୁ ଧରି ଖେଳୁଥିବାବେଳେ ହତାଠ୍ ବିସ୍ଫୋରଣ ହୋଇଥିଲା।