ବାରବାଟୀରେ ଖେଳାଯିବ ଲିଜେଣ୍ଡସ ଲିଗ୍‌ ଟି-ଟ୍ୱେଣ୍ଟି : ଆଜିଠୁ ଆରମ୍ଭ ହୋଇଛି ଟିକେଟ ବିକ୍ରି

କଟକ(କେନ୍ୟୁଜ୍):  ବାରବାଟୀରେ ଖେଳାଯିବାକୁ ଥିବା ଲିଜେଣ୍ଡସ ଲିଗ୍‌ ଟି-ଟେ୍ଵଣ୍ଟି ପାଇଁ ଆଜିଠୁ ଆରମ୍ଭ ହୋଇଛି ଟିକେଟ ବିକ୍ରି । ତିନିଟି କାଉଣ୍ଟରରେ ଏହି ଟିକେଟ ବିକ୍ରି ଆରମ୍ଭ ହୋଇଛି । ମୋଟ ୮ ହଜାର ୪୨୧ଟି ଟିକେଟ ଅଫଳାଇନରେ ବିକ୍ରି ପାଇଁ ଉପଲବ୍ଧ କରାଯାଇଛି । ୨ ନମ୍ବର, ୪ ନମ୍ବର ଗ୍ୟାଲେରୀ, କ୍ଳବ ହାଉସ ଓ କର୍ପୋରେଟ ବକ୍ସ ପାଇଁ ଟିକେଟ ବିକ୍ରି ଆରମ୍ଭ ହୋଇଛି । ଗ୍ୟାଲେରୀ ପାଇଁ ଟିକେଟ ଦର ୩୫୦ ଟଙ୍କା ।

କ୍ଳବ ହାଉସ ପାଇଁ ୧୨୦୦ ଏବଂ କର୍ପୋରେଟ ବକ୍ସ ପାଇଁ ୪ ହଜାର ୮୦୦ ଟଙ୍କା ଟିକେଟ ମୂଲ୍ୟ ରହିଛି । ତେବେ ଟିକେଟ ପାଇଁ ସେଭଳି କ୍ରେଜ ଦେଖିବାକୁ ମିଳୁ ନଥିବା ବେଳେ, କାଉଣ୍ଟରରେ ଭିଡ଼ ନାହିଁ । ଆସନ୍ତା ୨୬, ୨୭ ଓ ୨୯ ତାରିଖରେ ୩ଟି ଟୁର୍ଣ୍ଣାମେଣ୍ଟର ବାରବାଟୀରେ ଖେଳାଯିବ । ୪ଟି ଟିମ୍‌ ପରସ୍ପର ସହ ମୁଁହାଁମୁହିଁ ହେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.