୨୧ଟି ସହରରେ ତାତି ୪୦ ଡିଗ୍ରୀ ଉପରେ, ଟିଟିଲାଗଡ଼ ଭାଙ୍ଗିଲା ରେକର୍ଡ

ଭୁବନେଶ୍ୱର (କେନ୍ୟୁଜ୍‌): ଚଳିତ ବର୍ଷର ସର୍ବୋଚ୍ଚ ତାପମାତ୍ରା ରେକର୍ଡ଼ ହୋଇଛି ଆଜି । ନିଜ ନାମକୁ ସାର୍ଥକ କରି ବଲାଙ୍ଗିର ଟିଟିଲାଗଡ଼ ସାଜିଛି ସବୁଠୁ ଉତ୍ତପ୍ତ ସହର । ଆଜି ଏଠାରେ ତାପମାତ୍ରା ୪୫.୫ ଡିଗ୍ରୀ ସେଲସିୟସ୍‌ ରେକଡ଼ଁ କରାଯାଇଛି । ଆଜି ରାଜ୍ୟର ୯ ସହରରେ ଦିନ ତାପମାତ୍ରା ୪୪ ଡିଗ୍ରୀ କିମ୍ବା ତାଠାରୁ ଅଧିକ ରେକର୍ଡ କରାଯାଇଛି ।
ସେହିପରି ୨୧ଟି ସହରରେ ତାତି ୪୦ ଡିଗ୍ରୀ କିମ୍ବା ଅଧିକ ରହିଥିଲା । ଆସନ୍ତା ମେ ୪ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୬ ତାରିଖ ବେଳକୁ ସେହି ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ପାରେ । ଏହା ପରବର୍ତ୍ତୀ ୨୪ ଘଣ୍ଟାରେ ଆହୁରି ଘନୀଭୂତ ହେବାର ଆଶଙ୍କା ରହିଛି । ଆଜି ରାଜ୍ୟର ଅନେକ ଅଞ୍ଚଳରେ ଲୋକେ ଗରମରେ ଆଉଟୁ ପାଉଟୁ ହୋଇଥିବା ବେଳେ ଅପରାହ୍ନ ପ୍ରାୟ ପାଞ୍ଚଟା ବେଳେ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ତୁରୁବୁଡି ଠାରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିଛି । ପ୍ରାୟ ପନ୍ଦର ମିନିଟ ଧରି ପବନ ଓ କୁଆ ପଥର ବୃଷ୍ଟି ହୋଇଥିଲା । କିଛି ସମୟ ବର୍ଷାରେ ଟିକିଏ ଆଶ୍ୱସ୍ତି ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.