ଜେଲ୍ ଗଲା ଗ୍ୟାଙ୍ଗଷ୍ଟାର ଟିଟୋ !

କେନ୍ଦ୍ରାପଡ଼ା : ଜାମିନ ନାମାଞ୍ଜୁର ହେବାରୁ ତାଙ୍କୁ କେନ୍ଦ୍ରାପଡ଼ା ସବ୍ ଜେଲ୍କୁ ଗ୍ୟାଙ୍ଗଷ୍ଟାର ଟିଟୋକୁ ପଠାଇ ଦିଆଯାଇଛି। ଗତକାଲି ଟିଟୋକୁ କେନ୍ଦ୍ରାପଡ଼ା ଏସଡିଜେଏମଙ୍କ କୋର୍ଟରେ ହାଜର କରାଇଥିଲା କ୍ରାଇମବ୍ରାଞ୍ଚ। ଏହାପୂର୍ବରୁ ତାକୁ କଟକ ବଡ଼ ମେଡିକାଲରୁ ଡିସଚାର୍ଜ କରାଯାଇଥିଲା । ଅଧିକ ପଚରାଉଚରା ପାଇଁ ତାଙ୍କୁ ୧୦ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଛି କ୍ରାଇମବ୍ରାଞ୍ଚ । ଆଜି ଏହା ଉପରେ ଶୁଣାଣି ହେବ ।
ଗତ ୩୦ ତାରିଖରେ ଟିଟୋକୁ ଚଣ୍ଡୀଖୋଲରେ ଏନକାଉଣ୍ଟର କରିଥିଲା କ୍ରାଇମ୍ବ୍ରାଞ୍ଚ୍ ଏସଟିଏଫ୍ । ତାର ବାମଗୋଡ଼ରେ ଗୁଳି ବାଜିଥିଲା। ଚିକିତ୍ସା ପାଇଁ ତାକୁ କଟକ ଏସସିବିରେ ଭର୍ତ୍ତି କରାଯାଇଥିଲା । ଗତ ମାର୍ଚ୍ଚ ମାସରେ କଟକ ଜଗତପୁରରେ ସନ୍ଦିଗ୍ଧ ଆତଙ୍କବାଦୀ ଅବ୍ଦୁର ରେହମାନର ଭାଇ ତାହିର ଅଲ୍ଲୀ ଉପରେ ଗୁଳିମାଡ଼ ହୋଇଥିଲା । ଏହାପଛରେ ଟିଟୋ ଗ୍ୟାଙ୍ଗର ହାତ ଥିଲା ବୋଲି ଜଣାପଡ଼ିଛି । ଟିଟୋର ୫ ଜଣ ସହଯୋଗୀଙ୍କୁ ମଧ୍ୟ ପୋଲିସ ଗିରଫ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.