ଟିଟୋ ଲିଙ୍କରେ ଆଉ ୮ ଜଣ ଅଟକ !

ଭୁବନେଶ୍ବର : ବଢୁଛି ଗ୍ୟାଙ୍ଗଷ୍ଟର ଟିଟୋର ଅଡୁଆ। ଟିଟୋ ଲିଙ୍କରେ ଆଉ ୮ ଜଣ ଅଟକ। କଟକର ବିଭିନ୍ନ ଅଞ୍ଚଳରୁ ୮ଜଣଙ୍କୁ ଅଟକ ରଖିଛି ଏସଟିଏଫ୍। ଟେଣ୍ଡର ଫିକ୍ସିଂ ଓ ବାଲିଘାଟ ନିଲାମ ମାମଲାରେ ଏମାନଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ଏହି ୮ଜଣ ଟିଟୋକୁ ଅପରାଧିକ କାର୍ୟ୍ୟକଳାପରେ ସହଯୋଗ କରୁଥିଲେ । ସେପଟେ ବଦଳିଛି ଟିଟୋର ଠିକଣା।

କେନ୍ଦ୍ରାପଡ଼ା ସବ୍ ଜେଲର ୫ନମ୍ବର ଜେନେରାଲ ବ୍ଲକରେ ରହୁଛି ଟିଟୋ। ଅନ୍ୟ ସହଯୋଗୀଙ୍କ ଠାରୁ ଲଗା ରହୁଥିବାବେଳେ ମାନସିକ ଚାପରେ ରହୁଛି । କାଲି ରାତିରେ ତାକୁ ଭାତ,ଡାଲି ଓ ସାଧା ତରକାରୀ ଦିଆଯାଇଥିଲା। ଆଜି ସକାଳେ ଟିଟୋ ଚୁଡା ଓ ମଟର ତରକାରୀ ଖାଇଛି । କ୍ରାଇମବ୍ରାଞ୍ଚ ଏସଟିଏଫ୍ ଟିଟୋକୁ ୩ଟି ପର୍ୟ୍ୟାୟ ରିମାଣ୍ଡରେ ନେଇ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.