ଭାଇ ନୁହଁ ଭଉଣୀ ରଖିଲା ରାକ୍ଷୀର ମାନ : ଭାଇକୁ ବଞ୍ଚାଇବାକୁ ଯାଇ ଭଉଣୀ ମୃତ

ମୟୁରଭଞ୍ଜ: ରାଇରଙ୍ଗପୁର ଗଡଖାଇ ନଦୀରେ ଏହି ଅଘଟଣ ଘଟିଛି। ମୃତକ ଦୁଇ ଜଣ ବିହାରର ନାନୁ ଗୁଜୁରାଟୀ ଓ ହୀନା ଗୁଜୁରାଟୀ। ଦଶ ବର୍ଷର ଭାଇ ଗାଧୋଉଥିବାବେଳେ ବୁଡି ଯାଉଥିବା ଦେଖି ତାକୁ ବ଼ଞ୍ଚାଇବାକୁ ଯାଇ ଭଉଣୀ ମଧ୍ୟ ବୁଡି ଯାଇଥିଲା। ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର ଆରମ୍ଭ କରିଥିଲା। ପ୍ରଥମେ ଭଉଣୀ ହୀନା ଓ ପରେ ଭାଇ ନାନୁର ମୃତଦେହ ମିଳିଥିଲା। ଏମାନେ ଦୁଇ ଜଣ ନିଜ ପରିବାର ସହ ରାଇରଙ୍ଗପୁର ଲିଙ୍କ ରୋଡରେ ରହି ବୁଲି ବୁଲି ବାସନକୁସନ ବିକନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.