ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା, ସ୍କୁଲ-କଲେଜ ସବୁ ତାଲା

ବାରିପଦା(କେନ୍ୟୁଜ୍): ଆଜି ମୟୂରଭଞ୍ଜ ବନ୍ଦ। ବାଇଗଣବାଡିଆ ରିତୟନୀ ବୈଷୟିକ ଶିଳ୍ପ ତାଲିମ କେନ୍ଦ୍ରରେ ନିଯ୍ଯାତନାର ଶିକାର ହୋଇଥିବା ଛାତ୍ର ମାନଙ୍କୁ ନ୍ୟାୟ ପ୍ରଦାନ, ଛାତ୍ର ମାନଙ୍କୁ ମାଡ ମାରିଥିବା ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ସହ, ପିଲାଙ୍କର ଭବିଷ୍ୟତ ସହ ଖେଳ ଖେଳିଥିବା ବେନିୟମ ଶିକ୍ଷାନୁଷ୍ଠାନକୁ ସିଲ୍ କରି ଉକ୍ତ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ ରତ ଛାତ୍ରଛାତ୍ରୀଙ୍କୁ ଅନ୍ୟତ୍ର ପାଠ ପଢିବାର ସୁଯୋଗ ଦିଆଯିବା ଦାବିରେ ଆଜି ମୟୂରଭଞ୍ଜର ସମୂହ ଆଦିବାସୀ ସଂଗଠନ ଦ୍ୱାରା ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି।

ଏହି ବନ୍ଦ ଡାକରା ସକାଳ ୬ ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏଥିରେ ମାସା ଆର୍ମି ଓଡ଼ିଶା, ଭଞ୍ଜସେନା, ପେସା ଗ୍ରାମସଭା, ଜେ.ଏମ.ଏମ,ବାସା, ମାଝୀପାରଗାନା ସେମଲେଦ, ଦଳିତ ଆଦିବାସୀ ସଂଘ, ଆମ ଆଦମି ପାର୍ଟି,ଓଡିଶା ଆଦିବାସୀ ଅଧିକାର ମଞ୍ଚ, ଆସେକା,ଆଦିବାସୀ ସଙ୍ଗେଲ ଅଭିଯାନ,ଆସା ଏବଂ ପ୍ରମୁଖ ଆଦିବାସୀ ସଙ୍ଗଠନ ସାମିଲ ହୋଇଛନ୍ତି। ବନ୍ଦ ଡାକରା ଫଳରେ ବସ ଚଳାଚଳ ବନ୍ଦ ରହିଥିବା ବେଳେ ଦୋକାନ ବଜାର ସ୍କୁଲ କଲେଜ ସବୁ ବନ୍ଦ ରହିଛି। ଆନ୍ଦୋଳନକାରୀ ମାନେ ଜିଲ୍ଲା ମଧ୍ୟ ଦେଇ ଯାଇଥିବା ୧୮ ଓ ୪୯ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ଅବରୋଧକାରୀଙ୍କୁ ପୋଲସ ଗିରଫ କରିଥିବା ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.