ଆଜିଠୁ ଦେଶରେ ଶୁଭାରମ୍ଭ ହେବ 5G ସେବା: ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ):  ଆଜି ଦେଶରେ ଶୁଭାରମ୍ଭ ହେବ 5G ସେବା । ରାଷ୍ଟ୍ରପତିଙ୍କ ଗାଁ ସ୍କୁଲରେ ଆରମ୍ଭ ହେବ । ଏହାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଇଣ୍ଡିଆ ମୋବାଇଲ କଂଗ୍ରେସ ପ୍ରଗତି ମଇଦାନରେ ହେବ ଶୁଭାରମ୍ଭ । ଓଡ଼ିଶାରୁ ଯୋଡ଼ି ହେବ SLS ମେମୋରିଆଲ୍‌ ରେସିଡେନ୍ସିଆଲ୍‌ ସ୍କୁଲ । ମୟୂରଭଞ୍ଜ ପାହାଡ଼ପୁରରେ ଅବସ୍ଥିତ ଏହି ସ୍କୁଲ । ଏହି ସ୍କୁଲ ପାଇଁ ଜମି ଦାନ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଓଡ଼ିଶାରେ ପ୍ରଥମ 5G ସେବା ଏହି ସ୍କୁଲ ପାଇବ ।

ଆଜି ସବିଶେଷ ଭାବେ ଜଣାପଡିବ ଦେଶର କେଉଁ କେଉଁ ସ୍ଥାନରୁ ଆରମ୍ଭ ହେବ 5G ସେବା । ପ୍ରଧାନମନ୍ତ୍ରୀ 5G ସେବା ଆରମ୍ଭ ହେବା ନେଇ ସବିଶେଷ ତଥ୍ୟ ପ୍ରଦାନ କରିବେ। କେବଳ ଏତିକି ନୁହଁ 6G ସମ୍ପର୍କରେ ଅବଗତ କରାଇବେ । ରିଲାଏନ୍‌ସି ଜିଓ ସ୍ପଷ୍ଟ କରିଛି, ୪ଟି ବଡ଼ ସହରରେ 5G ସେବା ଆରମ୍ଭ କରିବ। ଦିଲ୍ଲୀ କୋଲକାତା, ଚେନ୍ନାଇ ଓ ମୁମ୍ବାଇରୁ ପ୍ରଥମେ ଆରମ୍ଭ ହେବ 5G। ଏୟାରଟେଲ ମଧ୍ୟ ଏହି ୪ ସହରରେ ସେବା ପ୍ରଦାନ ଆରମ୍ଭ କରିବେ। ଉଭୟ କମ୍ପାନୀ ଦୀପାବଳି ପୂର୍ବରୁ 5G ସେବା ଆରମ୍ଭ କରିବେ ବୋଲି ଘୋଷଣା କରି ସାରିଛନ୍ତି। ଏହାସହ ୨୦୨୩ ସୁଦ୍ଧା ପୂରା ଦେଶରେ ଏହି ସେବା ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.