ଆଜି ୧୫ଶହ କୋଟିର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର(କେନ୍ଯୁଜ୍): ୧୫ଶହ କୋଟିର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ । ଆଜି ୧୪ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ହେବ । ୩ଟି ଶିଳ୍ପ ପ୍ରକଳ୍ପର ଉଦଘାଟନ ଓ ୧୧ଟିର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ୧୫ ଶହ ୩୭କୋଟି ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପରେ ସୃଷ୍ଟି ହେବ ୩ ହଜାର ୭୭୩ ନିଯୁକ୍ତି ।

ବଲାଙ୍ଗୀର, ଝାରସୁଗୁଡା, ଖୋର୍ଦ୍ଧା, ସୁନ୍ଦରଗଡ଼, ଜଗତସିଂହପୁର ଓ କଟକରେ ଶିଳାନ୍ୟାସ ଏବଂ ଉଦ୍‌ଘାଟନ ହେବ। କାର୍ଯ୍ୟକ୍ରମରେ ୫୦କୋଟି ଟଙ୍କା ବ୍ୟୟରେ ଓ୍ଵାଇଲଡ୍‌ ଲୋଟସ୍‌ ଫ୍ୟାସନ୍ସ ପ୍ରାଇଭେଟ୍‌ ଲିମିଟେଡର ଏକ ଗାର୍ମେଣ୍ଟ ୟୁନିଟ ଖୋର୍ଦ୍ଧାରେ ଉଦ୍‌ଘାଟନ କରାଯିବାର କାର୍ଯ୍ୟକ୍ରମ ରହିଛି । ଏହାମାଧ୍ୟମରେ ୭ ଶହ ମହିଳାଙ୍କୁ ନିଯୁକ୍ତି ମିଳିବ । ସେହିପରି ବଲାଙ୍ଗୀରରେ ଆଦିତ୍ୟ ବିର୍ଲା ରିନେ୍ଵବଲ୍ସରର ଏକ ୨୫ ମେଗାଓ୍ଵାଟ ସୋଲାର ପ୍ଲାଣ୍ଟ ଏବଂ ଝାରସୁଗୁଡାରେ ରୁନାୟା ରିଫାଇନିଂ ଏଲ୍‌ଏଲ୍‌ପିର ଏକ ପ୍ରକଳ୍ପର ଉଦ୍‌ଘାଟନୀ କାର୍ଯ୍ୟକ୍ରମ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.