କାମାକ୍ଷାନଗର ଦିବଙ୍ଗତ ସାମ୍ବାଦିକ ଦୁଷ୍ମନ୍ତ ମହାନ୍ତିଙ୍କ ଆଜି ଏକାଦଶାହ ଦିବସ, ଡ. ଅଚ୍ୟୁତ ସାମନ୍ତ ପ୍ରଦାନ କଲେ ଏକଲକ୍ଷ ଟଙ୍କାର ଚେକ୍

ଅନୁଗୁଳ(କେନ୍ୟୁଜ୍): ଜନ୍ମ ଆଉ ମୃତ୍ୟୁ ଚିରନ୍ତନ। କିନ୍ତୁ ସ୍ୱଳ୍ପ ବୟସରେ ସମସ୍ତଙ୍କ ନିକଟତର ହୋଇ ଛାଡି ଚାଲିଯିବା ଏକ ଦୁଃଖଦାୟକ ଓ ହୃଦୟବିଦାରକ ଘଟଣା।ସମୟ ସ୍ରୋତରେ ଆମେ ସମସ୍ତେ ବନ୍ଧା । କଳିଙ୍ଗ ଟିଭି ଓ କେନ୍ୟୁଜର କାମାକ୍ଷାନଗର ପ୍ରତିନିଧି ଦୁଷ୍ମନ୍ତ ମହାନ୍ତିଙ୍କ ବିୟୋଗ ସମସ୍ତଙ୍କୁ ବ୍ୟଥିତ କରିଛି । ଗତ ୨୫ ଜୁଲାଇରେ ଏକ ସଡକ ଦୁର୍ଘଟଣାରେ ସେ  ସବୁ ଦିନ ପାଇଁ ଆରପାରିକି ଚାଲି ଯାଇଛନ୍ତି । ଆଜି ତାଙ୍କର ଏକାଦଶ କର୍ମରେ ଭୁବନ ସାମ୍ବାଦିକ ସଂଘ ପକ୍ଷରୁ ଏକ ସ୍ମୃତି ଚାରଣ ସଭା ଦୁଷ୍ମନ୍ତଙ୍କ ଗ୍ରାମ ରେଣନ୍ଦାପାଟଣା ଠାରେ ଅନୁଷ୍ଠିତ ହୋଇଥିଲା ।

ଯେଉଁ ସ୍ମୃତି ଚାରଣ ସଭାରେ ଜିଲ୍ଲା ସାମ୍ବାଦିକ ସଂଘର ସଦସ୍ୟ ମାନେ ଏବଂ ଜିଲ୍ଲାର ସମସ୍ତ ବ୍ଲକର ସାମ୍ବାଦିକ ସଂଘର ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ଥିଲେ । ଏହି ସ୍ମୃତି ସଭାରେ ବହୁ ସାମ୍ବାଦିକ ,ବୁଦ୍ଧିଜୀବୀ ,ସାହିତ୍ୟିକ ,ରାଜନେତା ଉପସ୍ଥିତ ରହି ତାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରିବା ସହ ତାଙ୍କର ସାମ୍ବାଦିକ କ୍ଷେତ୍ରରେ ଥିବା ପାରଦର୍ଶିତା ସମ୍ପର୍କରେ ଆଲୋକପାତ କରିଥିଲେ । ଆଜି କିଟ , କିସ୍‌ ଓ କଳିଙ୍ଗ ଟିଭିର ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ତାଙ୍କର ପ୍ରତିନିଧି ଓ କଳିଙ୍ଗ ଟିଭିର ଜିଲ୍ଲା ପ୍ରତିନିଧି ତାଙ୍କ ନିର୍ଦ୍ଦେଶ ଅନୁଯାଇ ପହଞ୍ଚି ତାଙ୍କ ଶୋକ ସନ୍ତପ୍ତ ପରିବାର ସଦସ୍ୟ ଭେଟି ସମବେଦନା ଜଣାଇବା ସହ ୧ ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଛନ୍ତି। ଏହାସହ ୩ଟି ପାଳିତ କନ୍ୟାର ଯତ୍ନ ନେବା ପାଇ ପ୍ରତିଶୃତି ଦେଇଛନ୍ତି । ଏହି ଗଭୀର ଶୋକ ଦିବସରେ କଳିଙ୍ଗ ଟିଭି ଓ କେନ୍ୟୁଜ୍ ପରିବାର ତାଙ୍କ ଶୋକ ସନ୍ତାପ ପରିବାରକୁ ଭେଟି ସମବେଦନା ଜ୍ଞାପନ କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.