ଆଜି ଶ୍ରାବଣ ମାସର ପ୍ରଥମ ସୋମବାର, କରୋନା କଟକଣା ପାଇଁ ଖାଁ ଖାଁ ରାଜ୍ୟର ବିଭିନ୍ନ ଶୈବପୀଠ

ଭୁବନେଶ୍ବର(କେନ୍ଯୁଜ୍): ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । କରୋନା କଟକଣା ଯୋଗୁଁ ରାଜ୍ୟର ବିଭିନ୍ନ ଶୈବପୀଠ ଖାଁ ଖାଁ। ଭଦ୍ରକ ଆରଡିର ବାବା ଆଖଣ୍ଡଳମଣୀଙ୍କ ପୀଠରେ ଶୁଭୁନି ବୋଲବମ୍‌ ଡାକ । ଖାଁ ଖାଁ ରହିଛି ପୁରା ପରିବେଶ । କରୋନା ପାଇଁ ୨ବର୍ଷ ହେଲା ବୋଲବମ୍‌ ଭକ୍ତ ଜଳଲାଗି କରିବାରୁ ବଞ୍ଚିତ ରହୁଛନ୍ତି । ସାଧାରଣ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ସରକାର କଟକଣା ଲାଗୁ କରିଛନ୍ତି ।

ଶ୍ରାବଣ ମାସରେ କାଉଡିଆ ବିଭିନ୍ନ ଧାର୍ମିକ ସ୍ଥଳ ସହ ଜଳାଶୟରୁ ପାଣି ନେଇ ଶିବମନ୍ଦିର ଯାଇ ଜଳଲାଗି କରନ୍ତି । ଗତ ବର୍ଷ କୋଭିଡ୍‌ ପାଇଁ କଟକଣା ଲାଗିଥିଲା। ଚଳିତ ବର୍ଷ ମଧ୍ୟ ସେହି କଟକଣା ଲଗାଇଛନ୍ତି ସରକାର। ପୀଠକୁ ଆସୁଥିବା କିିଛି ଭକ୍ତ ଠାକୁରଙ୍କ ଦର୍ଶନ କରି ନପାରି ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.