ଆଜି ଗୋଟି ପହଣ୍ଡିରେ ଆଡପ ମଣ୍ଡପକୁ ବିଜେ କରିବେ ମହାପ୍ରଭୁ

ପୁରୀ: ଆଜି ମହାପ୍ରଭୁଙ୍କ ଆଡପ ମଣ୍ଡପ ବିଜେ ନୀତି । ଆଜି ମହାପ୍ରଭୁ ଗୋଟି ପହଣ୍ଡିରେ ଆଡପ ମଣ୍ଡପକୁ ବିଜେ କରିବେ । ଅପରାହ୍ନ ୨ଟା ସୁଦ୍ଧା ଆଡପ ମଣ୍ଡପ ବିଜେ ନୀତି ସରିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ତିନି ରଥ ଗୁଣ୍ଡିଚା ମନ୍ଦିର ନିକଟରେ ଲାଗିବା ପରେ ରଥ ଉପରେ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି କରାଯାଇଥିଲା । ତେବେ ଏ ମହାମାରୀ ସମୟ ଭିତରେ ବିଶ୍ୱରେ ବଡବଡ ଧାର୍ମିକ କାର୍ଯ୍ୟକ୍ରମ ବାତିଲ ହୋଇଥିବା ବେଳେ ରଥଯାତ୍ରାକୁ ରୋକି ପାରନି କରୋନା ।

ସୂଚନା ଥାଉକି, ଗତକାଲି ଅପରାହ୍ନ ୫ ଟା ୧୫ ସୁଦ୍ଧା ଗୁଣ୍ଡିଚା ମନ୍ଦିର ନିକଟରେ ତିନି ରଥ ପହଞ୍ଚିଥିଲେ । ପ୍ରଥମେ ତାଳଧ୍ୱଜ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିବା ପରେ ସୁଭାଦ୍ରାଙ୍କ ଦର୍ପଦଳନ ରଥ ପହଞ୍ଚିଥିଲା । ଏହାପରେ ସେବାୟତମାନେ ନନ୍ଦିଘୋଷ ରଥକୁ ଟାଣିଥିଲେ । ତିନି ରଥ ଗୁଣ୍ଡିଚା ମନ୍ଦିର ନିଟରେ ପହଞ୍ଚିଥିଲା ।

ମଙ୍ଗଳବାର ସକାଳେ ରଥଯାତ୍ରା ଅବସରରେ ସମସ୍ତ ନୀତିକାନ୍ତି ଠିକ୍‌ ସମୟରେ ହୋଇଥିଲା । ସକାଳେ ନିର୍ଦ୍ଧାରିତ ସମୟ ପୂର୍ବରୁ ପହଣ୍ଡି ବିଜେ ସହ ଅନ୍ୟାନ୍ୟ ନୀତି କାନ୍ତି ସମାପିତ ହୋଇଥିଲା। କବେଳ ସେବାୟତଙ୍କ ସହାୟତାରେ ରଥଟଣା କାର୍ଯ୍ୟ ସମାପିତ ହୋଇଥିଲା । ସମସ୍ତ କାର୍ଯ୍ୟ ଶାନ୍ତି ଶୃଙ୍ଖଳାର ସହ ହୋଇଥିଲା । କୋଳାହଳ ପୂର୍ଣ୍ଣ ବଡଦାଣ୍ଡରେ ବିନା ଭକ୍ତରେ ହୋଇଥିଲା ରଥଯାତ୍ରା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.