ଆଜି ରତ୍ନସିଂହାସନରେ ବିରାଜିତ ହେବେ ଶ୍ରୀଜିଉ: ନୀଳକନ୍ଦରକୁ ଫେରିବେ ମହାପ୍ରଭୁ

ପୁରୀ(କେନ୍ୟୁଜ୍):  ଆଜି ନୀଳାଦ୍ରି ବିଜେ । ନୀଳକନ୍ଦରକୁ ଫେରିବେ ମହାପ୍ରଭୁ। ନବଦିନାତ୍ମକ ଯାତ୍ରା ଶେଷ କରି ଆଜି ରତ୍ନସିଂହାସନରେ ବିରାଜିତ ହେବେ ଶ୍ରୀଜିଉ। ଆଜି ହେଉଛି ମହାପ୍ରଭୁଙ୍କ ପତିତପାବନ ଯାତ୍ରାର ଶେଷ ଦିନ ଯାହାକୁ ନୀଳାଦ୍ରିବିଜେ କୁହାଯାଏ। ରଥାରୁଢ଼ ଶ୍ରୀଜିଉ ପୁଣି ଗୋଟି ପହଣ୍ଡିରେ ଶ୍ରୀମନ୍ଦିର ରତ୍ନମଣ୍ଡପକୁ ବିଜେ କରିବେ ।

ସକାଳୁ ରଥ ଉପରେ ମହାପ୍ରଭୁଙ୍କ ମଙ୍ଗଳଆଳତୀ, ମଇଲମ, ସକାଳ ଧୂପ, ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଆଳତୀ ଓ ସନ୍ଧ୍ୟା ଧୂପ ଶେଷ ହେବା ପରେ ଚାରମାଳ ବନ୍ଧାଯାଇ ଆରମ୍ଭ ହେବ ମହାପ୍ରଭୁଙ୍କ ଗୋଟି ପହଣ୍ଡି। ଏତେ ଦିନ ଧରି ମାନ କରି ରହିଥିବା ମା’ ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ରସଗୋଲା ଦେଇ ମହାପ୍ରଭୁଙ୍କ ମାନଭଞ୍ଜନ କରିବେ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ୪ଟାରେ ପହଣ୍ଡି ଆରମ୍ଭ ହୋଇ ରାତି ୧୦ରେ ଶେଷ ହେବ । ଗତକାଲି ସନ୍ଧ୍ୟାରେ ତିନି ରଥ ଉପରେ ମହାପ୍ରଭୁଙ୍କ ଅଧରପଣା ନୀତି ପରମ୍ପରା ଅନୁଯାୟୀ ଅନୁଷ୍ଠିତ ହୋଇଛି। ନୀଳାଦ୍ରିବିଜେ ପାଇଁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.