ଆଜି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇ, ରାଜ୍ୟର ୨୧ଟି ସହରରେ ୫୪ଟି ସେଣ୍ଟରରେ ହେବ ପରୀକ୍ଷା

ଭୁବନେଶ୍ବର: ଆଜି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇ ଅନୁଷ୍ଠିତ ହେବ । ଏଥର ପରୀକ୍ଷା ଜେଇଇ ଢାଞ୍ଚାରେ ହେବ । ଦିନକୁ ତିନିଟି ସିଫ୍ଟରେ ପରୀକ୍ଷା କରାଯିବ । ରାଜ୍ୟର ୨୧ଟି ସହରରେ ୫୪ଟି ସେଣ୍ଟରରେ ପରୀକ୍ଷା ହେବ । ଏହା ସହିତ ରାଜ୍ୟ ବାହାରେ ମଧ୍ୟ କୋଲକାତା, ରାଞ୍ଚି ଓ ପାଟନାରେ ୫ଟି ସେଣ୍ଟର କରାଯାଇଛି । ଚଳିତବର୍ଷ ରେକର୍ଡ ସଂଖ୍ୟକ ୮୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ ବୋଲି ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି ।

କୋଭିଡ କଟକଣା ଭିତରେ ପରୀକ୍ଷା ପାଇଁ ଓଜେଇଇ ପକ୍ଷରୁ ଏସଓପି ଜାରି କରାଯାଇଛି । ପ୍ରତି ସିଟିଂ ଅଗରୁ ସେଣ୍ଟରକୁ ସାନିଟାଇଜ କରାଯିବ । ପ୍ରତି ରୁମରେ ୫୦ ପ୍ରତିଶତ ସିଟ୍‌ରେ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ସକାଳ ୯ଟାରୁ ୧୧ଟା ପ୍ରଥମ ସିଟିଂ, ମଧ୍ୟାହ୍ନ ୧୨ ଟା ୩୦ରୁ ୨ ଟା ୩୦ ଦ୍ୱିତୀୟ ସିଟିଂ ଓ ଅପରାହ୍ନ ୪ଟାରୁ ୬ଟା ଯାଏ ତୃତୀୟ ସିଟିଂ ହେବ । ଚଳିତବର୍ଷ ରେକର୍ଡ ସଂଖ୍ୟକ ୮୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ ବୋଲି ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ୧୯ ତାରିଖରେ ପରୀକ୍ଷା ସରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.