ଆଜି ରାକ୍ଷୀ : ସମ୍ପର୍କର ରେଶମ ଡୋରୀକୁ ଭାଇ ହାତରେ ବାନ୍ଧିଥାଏ ଉଭଣୀ

ଭୁବନେଶ୍ୱର(କେନ୍ୟୁଜ୍): ଜରୁରୀ ନୁହେଁ ଯେ, ଭଉଣୀ କେବଳ ନିଜ ଭାଇଙ୍କୁ ହିଁ ରାଖି ବାନ୍ଧିଥାଏ । ଯାହା ପାଖରେ ନିଜକୁ ସୁରକ୍ଷା ମନେ କରିଥାଏ ତା ହାତରେ ରାକ୍ଷୀ ବାନ୍ଧିଥାଏ ଉଭଣୀ । ଏହି ପବିତ୍ର ଦିନରେ ସଦାବେଳେ ଭାଇର ମଙ୍ଗଳକାମନା କରିଥାଏ ଉଭଣୀ । ଆଉ ଭାଇ ପ୍ରତ୍ୟେକ କ୍ଷେତ୍ରରେ ନିଜ ଭଉଣୀକୁ ସୁରକ୍ଷା ଦେବ ବୋଲି ପ୍ରତିଜ୍ଞାବଦ୍ଧ ରହିଥାଏ । । ଭୁବନେଶ୍ୱର ଉପକଣ୍ଠ ଧଉଳି ନିକଟ କୁମାର ଡ଼ିହ ଗାଁ ବେଶ ଚଳଚଂଚଳ ହୋଇ ଉଠିଥିଲା ରକ୍ଷା ବନ୍ଧନ ପର୍ବ ପାଇଁ ।

ଆଜି ରାକ୍ଷୀ ବନ୍ଧନ । ଭାଇ ଭଉଣୀ ମଧ୍ୟରେ ଥିବା ପ୍ରେମ, ସ୍ନେହ, ଶ୍ରଦ୍ଧା ଆଉ ବିଶ୍ୱାସର ପ୍ରତୀକ ରାଖି । ଯେତେ ଦୂରରେ ଥିଲେ ମଧ୍ୟ ଭଉଣୀର ସ୍ନେହ ଆଗରେ ଆପେ ଆପେ ଚାଲି ଆସେ ଭାଇ । ଭାଇ ହାତରେ ରାଖି ବାନ୍ଧିବା ପାଇଁ ପ୍ରତିବର୍ଷ ଏହି ଦିନଟିକୁ ଅପେକ୍ଷା କରିଥାନ୍ତି ଉଭୟ ଭାଇ ଓ ଭଉଣୀ । ପିତଳ ଥାଳିରେ ଧୂପ, ଦ୍ୱୀପ, ଚନ୍ଦନ, ମିଠା ସହିତ ସମ୍ପର୍କର ରେଶମ ଡୋରୀ ରାଖିକୁ ଭାଇ ହାତରେ ବାନ୍ଧିଥାଏ ଉଭଣୀ । ରେଶମ ଡୋରୀରେ ବନ୍ଧା ଏହି ବନ୍ଧନରେ ଭଉଣୀକୁ ସୁରକ୍ଷାର ପ୍ରତିଶ୍ରୁତି ଦେଇଥାଏ ଭାଇ ।

ଆଜିର ଏହି ପବିତ୍ର ଦିନଟି ଶ୍ରୀ ଜଗନ୍ନାଥ ସଂସ୍କୃତି ସହିତ ଜଡ଼ିତ । ଆଉ କୃଷି ଭିତିକ ପରମ୍ପରା ମଧ୍ୟ ସ୍ପଷ୍ଟ ସୂଚାଇଥାଏ । ରାକ୍ଷୀ ପୂର୍ଣ୍ଣିମାକୁ ବଡ଼ ଠାକୁର ବଳଭଦ୍ରଙ୍କ ଜନ୍ମ ଦିବସ ଭାବେ ମଧ୍ୟ ପାଳନ କରାଯାଉଛି । ସେଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଭୁବନେଶ୍ୱର ଉପକଣ୍ଠ ଧଉଳି ନିକଟ କୁମାରଡ଼ିହ ଗାଁ । ଗାଁର ଚାଷୀ ପୁଅ ମଧ୍ୟ ବଳଦଙ୍କୁ ଗାଧୁଆ ପାଧୁଆ କରି ହଳଦି ଲଗାଇ ରାଖି ବନ୍ଧିବା ସହ ବନ୍ଦାପନା କରି ପିଠା ଖୁଆଇଥାନ୍ତି । ଘର ସମ୍ମୁଖରେ ଗୋଟା ଓଉକୁ ପୋତା ଯାଇଥାଏ । ଆଉ ବଳଦଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.