ଆଜି ରାକ୍ଷୀ ପୂର୍ଣ୍ଣିମା ଓ ବଳଭଦ୍ରଙ୍କ ଜନ୍ମୋତ୍ସବ, ଶ୍ରୀମନ୍ଦିରରେ ମହାଆଡମ୍ବର ସହକାରେ ପାଳନ ହେବ ଏହି ପବିତ୍ର ପର୍ବ

ପୁରୀ: ଆଜି ଭାଇ, ଭଉଣୀଙ୍କ ପବିତ୍ର ସମ୍ପର୍କର ପର୍ବ ରାକ୍ଷୀ ପୂର୍ଣ୍ଣିମା । ଭାଇ ହାତରେ ଭଉଣୀ ବାନ୍ଧି ଦିଏ ସ୍ନେହ ଓ ସୁରଷାର ଡୋରି। ଏହି ଅବସରରେ ଆଜି ଶ୍ରୀମନ୍ଦିରରେ ମଧ୍ୟ ଅନୁଷ୍ଠିତ ହେଉଛି ରକ୍ଷା ବନ୍ଧନ ଉତ୍ସବ । ଭଉଣୀ ସୁଭଦ୍ରା ଆଜି ଭାଇ ଜଗନ୍ନାଥ ଓ ବଳଭଦ୍ରଙ୍କ ହାତରେ ରାକ୍ଷୀ ବାନ୍ଧିବେ । ଏଥିପାଇଁ ସେବାୟତ ମାନେ ୪ଟି ବଡରାକ୍ଷୀ ଓ ଗୁଆମାଳ ପ୍ରସ୍ତୁତ କରିଛନ୍ତି ।

rakhiମଧ୍ୟାହ୍ନ ଧୂପ ପରେ ଶ୍ରୀମନ୍ଦିରକୁ ପାଟର ସେବାୟତଙ୍କ ଘରୁ ରାକ୍ଷୀ ଯାଇ ମହାପ୍ରଭୁଙ୍କୁ ଲାଗି କରାଯିବ । ପୁଷ୍ପାଳକ ସେବାୟତ ମାନେ ଏହି ରାକ୍ଷୀ ମହାପ୍ରଭୁଙ୍କୁ ଲାଗି କରିବେ । ୧୦ଦିନ ଧରି ୪ଟି ରାକ୍ଷୀ ଓ ୫୪ଟି ଗୁଆରେ ନିର୍ମିତ ଗୁଆମାଳ ପ୍ରସ୍ତୁତ କରିଛନ୍ତି। ସେହିପରି ଆଜି ମଧ୍ୟ ବଳଭଦ୍ରଙ୍କ ଜନ୍ମୋତ୍ସବ ପାଳିତ ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.