ଆଜି ବିଶ୍ବପ୍ରସିଦ୍ଧ ରଥଯାତ୍ରା ! ଟୁଇଟ୍ ଯୋଗେ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ଦେଲେ ଶୁଭକାମନା

ଭୁବନେଶ୍ବର : ଆଜି ପବିତ୍ର ରଥ ଯାତ୍ରା। ରତ୍ନ ବେଦୀ ଛାଡ଼ି ଜନ୍ମ ବେଦୀକୁ ଯାତ୍ରା କରିବେ ମହାବାହୁ । ଭକ୍ତଙ୍କୁ ଦର୍ଶନ ଦେବାକୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ସ୍ୱୟଂ ପରଂବ୍ରହ୍ମ। ନବ ଦିନାତ୍ମକ ଯାତ୍ରାରେ ବଡ଼ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ସାଥୀରେ ନେଇ ଜନ୍ମବେଦୀକୁ ଯାତ୍ରା କରିବେ ଜଗତର ନାଥ ଜଗନ୍ନାଥ । ଘୋଷଯାତ୍ରା ପାଇଁ ଉତ୍ସବମୁଖର ହୋଇପଡ଼ିଛି ଶ୍ରୀକ୍ଷେତ୍ର ପୁରୀ। ଏହି ଅବସରରେ ଟୁଇଟ ଯୋଗେ ରାଜ୍ୟ ତଥା ଦେଶ ବାସୀଙ୍କୁ ଶୁଭେତ୍ସା ଜଣାଇବା ସହ ଶୁଭକାମନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଦେଶବାସୀଙ୍କୁ ଟ୍ୱିଟ୍ କରି ଶୁଭ କାମନା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଟ୍ୱିଟରରେ ୧ ମିନିଟ୍ ୨୫ ସେକେଣ୍ଡର ଏକ ଭିଡିଓ ସେୟାର କରି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମାହାତ୍ମ୍ୟ ବଖାଣିଛନ୍ତି ।ଅପର ପକ୍ଷରେ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ତିନି ଠାକୁରଙ୍କୁ ମୋର ଭକ୍ତିପୁତ୍ତ ପ୍ରଣାମ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅପାର କୃପାରୁ ରାଜ୍ୟର ପ୍ରଗତି ଓ ସମସ୍ତଙ୍କ ସୁଖ, ସମୃଦ୍ଧି କାମନା କରୁଛି। ଜୟ ଜଗନ୍ନାଥ ବୋଲି ଟୁଇଟ କରିଛନ୍ତି ।

ସକାଳ ପହରରୁ ବଡ଼ଦାଣ୍ଡ ଲୋକରଣ୍ୟ ହୋଇଗଲାଣି। ରଥାରୂଢ ଶ୍ରୀଜିଉଙ୍କ ଦର୍ଶନ ପାଇଁ ପୁରୀକୁ ଛୁଟିଛି ଭକ୍ତଙ୍କ ସୁଅ। ରାଜ୍ୟର କୋଣ ଅନୁକୋଣ, ଦେଶର ବିଭିନ୍ନ ପ୍ରାନ୍ତରୁ ଏବଂ ବିଦେଶରୁ ଛୁଟି ଆସିଛନ୍ତି ଭକ୍ତ। ସେପଟେ ସୁସଜ୍ଜିତ ତିନି ରଥ ନନ୍ଦିଘୋଷ, ତାଳଧ୍ୱଜ ଏବଂ ଦର୍ପଦଳନ ପ୍ରଭୁଙ୍କୁ ଅପେକ୍ଷା କରି ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.