SRC ପକ୍ଷରୁ ଫନି କ୍ଷୟକ୍ଷତିର ଚୂଡ଼ାନ୍ତ ରିପୋର୍ଟ, ଜାଣନ୍ତୁ କେତେ ହୋଇଛି କ୍ଷତି

ଫନି କ୍ଷୟକ୍ଷତିର ଚୂଡ଼ାନ୍ତ ରିପୋର୍ଟ । ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ରିପୋର୍ଟ ଅନୁସାରେ ପ୍ରଳୟଙ୍କାରି ବାତ୍ୟାରେ ୧୪ଟି ଜିଲ୍ଲାର ୨୦, ୩୬୭ ଗାଁ ପ୍ରଭାବିତ ହୋଇଛନ୍ତି । ଫନିରେ ୧ କୋଟି ୬୦ ଲକ୍ଷ ଲୋକ ଶୀକାର ହୋଇଛନ୍ତି । ୧ ଲକ୍ଷ ୮୮ ହଜାର ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଛି । ୫ ଲକ୍ଷ ୫୬ ହଜାର ୭୬୧ ଘର ସମ୍ପୂର୍ଣ୍ଣ ବା ଆଂଶିକ କ୍ଷତିଗ୍ରସ୍ତ ହୋଇଛି ।

ସେହିପରି ଫନିରେ ୬୪ ଜଣ ପ୍ରାଣ ହରାଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି । ୬ ହଜାର ୨୮୧ ପଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ୫୩ ଲକ୍ଷ ୨୬ ହଜାର ୯୦୫ କୁକୁଡା ଓ ବତକ ପ୍ରାଣ ହରାଇଛନ୍ତି । କ୍ଷୟକ୍ଷତିର ଆକଳନ ରହିଛି ୯ ହଜାର ୩୩୬ କୋଟି । ସେହିପରି ୬ ହଜାର ୬୪୩ କୋଟି ଟଙ୍କାର ସାଧାରଣ ସମ୍ପତ୍ତି ନଷ୍ଟ ହୋଇଛି । ବିପନ୍ନଙ୍କୁ ରିଲିଫ ପାଇଁ ୨ ହଜାର ୬୯୨ କୋଟି ଆବଶ୍ୟକ ହୋଇଛି । ଏଥିପାଇଁ NDRF ପାଣ୍ଠିରୁ ୫ ହଜାର ୨୨୭ କୋଟି ଟଙ୍କା ମଗାଯାଇଛି । ବିଭିନ୍ନ ବିଭାଗ ଓ ଜିଲ୍ଲାକୁ ୧୩୫୭କୋଟିର ସହାୟତା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.