କାଲିଠାରୁ ଟ୍ରେଡ୍‌ ୟୁନିୟନର ଦୁଇ ଦିନିଆ ଧର୍ମଘଟ, ସକାଳ ୬ରୁ ସନ୍ଧ୍ୟା ୬ ଜୀବନଯାତ୍ରା ପ୍ରଭାବିତ ହେବା ଆଶଙ୍କା

ଭୁବନେଶ୍ୱର (କେନ୍ୟୁଜ୍‌) : ଆସନ୍ତାକାଲି ଠାରୁ ଦୁଇ ଦିନିଆ ଧର୍ମଘଟ ଡାକରା ଦେଇଛି ସର୍ବଭାରତୀୟ ଟ୍ରେଡ୍‌ ୟୁନିୟନ । ବିଭିନ୍ନ ଟ୍ରେଡ୍‌ ୟୁନିୟନ ମିଳିତ ଭାବେ ଏହି ଧର୍ମଘଟ ଡାକରା ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ନୀତି ଦ୍ୱାରା ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଶ୍ରମିକ ଏବଂ କୃଷକ ପ୍ରଭାବିତ ହେଉଥିବା ଦାବିରେ ଏହି ଆନ୍ଦୋଳନ କରାଯାଉଛି । ଫଳରେ ସାରା ଦେଶରେ ଏହି ଆନ୍ଦୋଳନ ଯୋଗୁଁ ବିଶେଷ ଭାବେ ବ୍ୟାଙ୍କ କାର୍ଯ୍ୟ ଏବଂ ବସ୍‌ ଚଳାଚଳ ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଛି ।
ଗତ ମାର୍ଚ୍ଚ ୨୨ ତାରିଖ ଦିନ ସେଣ୍ଟ୍ରାଲ ଟ୍ରେଡ୍‌ ୟୁନିୟନ ସମୂହ ଦିଲ୍ଲୀରେ ଏକ ବୈଠକ କରି ଧର୍ମଘଟ ପାଇଁ ନିଷ୍ପତ୍ତି ନେଇଥିଲେ । ଏଥିରେ ସର୍ବଭାରତୀୟ ବ୍ୟାଙ୍କ ଆସୋସିଏସନ୍‌ ଏବଂ ଅନ୍ୟ ଟ୍ରେଡ୍‌ ୟୁନିୟନ ସଂଘ ସବୁ ସାମିଲ ହେବେ।
ଆସନ୍ତା କାଲି ସକାଳ ୬ଟାରୁ ସନ୍ଧ୍ୟା ଏବଂ ୨୯ ତାରିଖ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ଧର୍ମଘଟ ଚାଲୁ ରହିବ । ଭୁବନେଶ୍ୱର ରେଳ ଷ୍ଟେସନ୍‌, ନାଲକୋ, ରିଜର୍ଭ ବ୍ୟାଙ୍କ, ପୂର୍ବତଟ ରେଳବାଇ କାର୍ଯ୍ୟାଳୟ,ବିମାନ ବନ୍ଦର, ଜାତୀୟ ରାଜପଥ ଏବଂ ବସ୍‌ଷ୍ଟାଣ୍ଡରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଏଆଇସିସିଟିୟୁ ପକ୍ଷରୁ କୁହାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.