ତୀର୍ଥଯାତ୍ରୀ ବସକୁ ପଛପଟୁ ଧକ୍କା ଦେଲା ଟ୍ରକ୍: ଜଣେ ମହିଳା ମୃତ, ୩ ଗୁରୁତର ଆହତ

ଜଳେଶ୍ବର(କେନ୍ୟୁଜ୍): ତୀର୍ଥଯାତ୍ରୀ ବସକୁ ପଛପଟୁ ଧକ୍କା ଦେଲା ଟ୍ରକ୍। ଘଟଣାସ୍ଥଳରେ ଜଣେ ମହିଳା ତୀର୍ଥଯାତ୍ରୀଙ୍କ ମୃତ୍ଯୁ ହୋଇଥିବା ବେଳେ ଅନ୍ଯ ୩ଜଣ ଗୁରୁତର ହୋଇଛନ୍ତି। ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ମଥାନୀ ଛକ ନିକଟରେ ବିଳମ୍ବିତ ରାତିରେ ପଶ୍ଚିମବଙ୍ଗର ବର୍ଦ୍ଧମାନ ଅଞ୍ଚଳରୁ ୬୦ ଜଣ ତିର୍ଥଯାତ୍ରୀ ନେଇ ପୁରୀ ଅଭିମୁଖେ ଯାଉଥିବାବେଳେ ରାଜଲକ୍ଷ୍ମୀ ନାମକ ଏକ ଘରୋଇ ବସର ଚକା ଫାଟିଯାଇଥିଲା। ଯାହାଦ୍ବାରା ୬୦ ନମ୍ବର ଜାତୀୟ ରାଜପଥର ମଥାନୀ ଛକ ନିକଟରେ ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇ ଦେଇ ବସ୍ ର ଚକା ବଦଳାଉଥିବା ବେଳେ ଏକ ଟ୍ରକ ଦ୍ରୁତଗତିରେ ଆସି ବସ୍ କୁ ପଛରୁ ଧକ୍କା ଦେଇଥିଲା ।

ଯାହା ଫଳରେ ବସଟି ଆଗକୁ ଯାଇ ତଳେ ଛିଡା ହୋଇଥିବା ଯାତ୍ରୀଙ୍କ ଉପରକୁ ମାଡି ଯାଇଥିଲା। ମୃତକ ଜଣକ ହେଲେ ପଶ୍ଚିମବଙ୍ଗର ଶ୍ୟାମପୁର ଥାନା ଅନ୍ତର୍ଗତ ଗୋବର୍ଦ୍ଧନ ଅଞ୍ଚଳର ମମତା ଢ଼ିଙ୍କି। ବସ୍ତା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇ ଉଭୟ ଟ୍ରକ ଓ ବସକୁ ଜବତ କରିଛି । ଏହା ସହ ଉଭୟ ବସ୍ ଏବଂ ଟ୍ରକର ଡ୍ରାଇଭରଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.