ରାୟଗଡ଼ା: ଟ୍ରକ୍ ଧକ୍କାରେ ୨ ବାଇକ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ରାୟଗଡ଼ା(କେନ୍ୟୁଜ): ଦୁର୍ଘଟଣା ପରେ ଉତ୍ତେଜନା। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତାରୋକ। ରାୟଗଡ଼ା ଜିଲ୍ଲା କୁମ୍ଭିକୋଟା ପଞ୍ଚାୟତ ଅନ୍ତର୍ଗତ ପିଚୁଡି କଲୋନୀରେ ଟ୍ରକ୍ ଧକ୍କାରେ ୨ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି।

୨ଜଣ ଯୁବକ ବାଇକ୍‌ରେ କୁମ୍ଭିକୋଟା ଆଡୁ କୁଟ୍ରାବେଡ଼ାକୁ ଯାଉଥିବାବେଳେ ପିଚୁଡି କଲୋନୀ ନିକଟରେ ଏକ ଟ୍ରକ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ପରେ ଗାଁଲୋକେ ମୃତଦେହ ରଖି ରାସ୍ତାରୋକ କରିବା ସହ କ୍ଷତିପୂରଣ ଦାବି କରିଛନ୍ତି।

ଘଟଣାସ୍ଥଳରେ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି। କ୍ଷତିପୂରଣ ନମିଳିବା ଯାଏ ରାସ୍ତାରୋକରୁ ହଟିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ରାସ୍ତା ଅବରୋଧ ଫଳରେ ୩୨୬ ନମ୍ବର ଜାତୀୟ ରାଜପଥରେ ଗମନାଗମନ ବାଧାପ୍ରାପ୍ତ ହୋଇଛି।

Leave A Reply

Your email address will not be published.